ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଂଚାୟତର ଧଡ଼୍ରାପାରାଠାରେ ଶନିବାର ତେନ୍ତୁଳି ଗଛରୁ ପଡ଼ି ଉକ୍ତ ଗ୍ରାମର ଲଖୁ ରାଉତଙ୍କ ପ୍ରାଣ ଯାଇଛି।
ଲଖୁ ଅପରାହ୍ନ ପ୍ରାୟ ୩ଟାରେ ନିଜ ଘର ଅଗଣାରେ ଥିବା ତେନ୍ତୁଳି ଗଛ ଉପରେ ଚଢି ତେନ୍ତୁଳି ତୋଳିବା ସମୟରେ ଗୋଡ ଖସିଯିବାରୁ ତଳକୁ ଖସି ପଡିଥିଲେ l ତଳେ ଥିବା ଏକ ପଥରରେ ତାଙ୍କ ମୁଣ୍ଡ ପିଟି ହୋଇ ଯାଇଥିଲା l ସେଠାରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। କୁନ୍ଦେଇ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ନଂ. ୧୪/୨୨ ରେ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-new-indian-express.jpg)