ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି -ନବରଙ୍ଗପୁର ରାସ୍ତାର କୁର୍ଲୁଘାଟି ନିକଟରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଉଦୟପୁର ଗ୍ରାମର ଯୁଗଳ ବାଘ।
ସୂଚନା ଅନୁଯାୟୀ ଉଦୟପୁର ଗ୍ରାମର ଯୁଗଳ ସକାଳୁ କୌଣସି କାମରେ ଏକ ଆପାଚି ବାଇକ ଯୋଗେ ନବରଙ୍ଗପୁର ଅଭିମୁଖେ ଯାଉଥିଲେ। ତେବେ କୁର୍ଲୁଘାଟି ନିକଟରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଯୁଗଳ ବାଇକରୁ ଛିଟିକି ପଡି ଗୁରୁତର ହୋଇଥିଲେ। ଏହା ଦେଖି କିଛି ବ୍ୟକ୍ତି ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
ଆମ୍ବୁଲାନ୍ସ ଯୋଗେ ଯୁଗଳଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯୁଗଳଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକ ଯୁଗଳଙ୍କ ଅଧିକ ଚିକିତ୍ସା ନିମନ୍ତେ କରାପୁଟ ବୀର ଲଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁଗଳଙ୍କ ମୃତ୍ୟୁ ହୋଇଛି। ଯୁଗଳଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)