ବୁର୍ଲା: ଭିମ୍ସାର ପ୍ରଥମ କୋଭିଡ୍ ହସ୍ପିଟାଲ୍ରେ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ପ୍ରଥମ ରୋଗୀର ମୃତ୍ୟୁ ଘଟିଥିଲା। ଗୁରୁବାର ଦିନ ଆଉ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଜଣେ ରୋଗୀ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ଜଣେ ୫୫ ବର୍ଷୀୟ ଗୁରୁତର ରୋଗୀ ପ୍ରଥମ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଖବର ମିଳିଛି। ଅନ୍ୟ ପକ୍ଷରେ ଆଜି ପ୍ରଥମ କୋଭିଡ୍ ହସ୍ପିଟାଲ୍ରେ ୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୧୦ ଜଣ ସାଧାରଣ ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି। ଆଉଟ୍ ଡୋର ରୋଗୀଙ୍କ ଆର୍ଟିପିସିଆର ପରୀକ୍ଷାରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/8-16.jpg)