ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ଗ୍ରାମର ଏକ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବଡବିଲ ୫ ନମ୍ବର ୱାର୍ଡର ଦେବେନ୍ଦ୍ର ସିଂହଙ୍କ ପୁଅ ଗୁରୁମିତ ସିଂହ(୨୭)। ସୂଚନା ଅନୁସାରେ, ଗୁରୁମିତ ନିଜର ଭଉଣୀ ମା' ସହ ମିଶି ପର୍ଜନପୁରରେ ସଂପର୍କୀୟ ଭାଇଙ୍କ ବାହାଘରକୁ ୨୧ତାରିଖ ଆସିଥିଲେ।
ସେ ଶୈାଚ ହେବାକୁ ଯାଇଥିବାବେଳେ ପୋଖରୀରେ ବୁଡି ଯାଇଥିଲେ। ଆଜି ସକାଳେ ଲୋକେ ଦେଖିବା ପରେ ମୃତ ଗୁରୁମିତଙ୍କୁ ଚିହ୍ନିଥିଲେ। ଖବରପାଇ ପଳାଶପଙ୍ଗା ବିଟ୍ ଅଧିକାରୀ ଭୋଳେଶ୍ବର ନାଏକ ଶବ ଜବତ କରିବା ସହିତ କେସ ନମ୍ବର ୪୦/୨୨ରେ ମାମଲା ରୁଜୁ କରିଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-new-indian-express.jpg)