ବାମରା: ଗୋବିନ୍ଦପୁର ଥାନା ଟାଙ୍ଗରମୁଣ୍ଡା ଗ୍ରାମର ରାଜକୁମାର ବାଘ (୨୯)ଙ୍କ ଗାଁ କଟାରେ ବୁଡ଼ି ମୃତ୍ୟୁ ହୋଇଛି। ବୁଧବାର ସେ ଟାଙ୍ଗରମୁଣ୍ଡା ନିକଟ ମହୁଲଛାପଲରେ ଚାଲିଥିବା ରେଲୱେ କାମରେ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସନ୍ଧ୍ୟାରେ ନିକଟରେ ଥିବା କଟାକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ଘରଲୋକେ କଟାକୁ ଯାଇ ଖୋଜିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।
ଖବର ପାଇ ଗୋବିନ୍ଦପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ଡାକ୍ତରଖାନାକୁ ପଠାଯାଇଛି। ଗୁରୁବାର ଦିନ ଶବ ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛନ୍ତି। ଏକମାତ୍ର ରୋଜଗାରକ୍ଷମ ପୁଅର ମୃତ୍ୟୁରେ ଘର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମର ଲୋକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)