ବ୍ରହ୍ମବରଦା: ରସୁଲପୁର ବ୍ଲକ ମହେଶ୍ବରପୁର ପଞ୍ଚାୟତ ୨ନମ୍ବର ୱାର୍ଡର ସେକ ତଫିଉଦ୍ଦିନଙ୍କ ସାନପୁଅ ସେକ କମିରୁଦ୍ଦିନ(୪୦)ଙ୍କ ଦୁବାଇରେ ମୃତ୍ୟୁ ହୋଇଛି। ସେ ଗତ ୫ ବର୍ଷ ହେଲା ଦୁବାଇର ଆଲଜୁବେରାଠାରେ ଏକ ରେସ୍ତୋରାଁରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସନ୍ଦେହଜନକ ଭାବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି।

Advertisment

ଶବ ବ୍ୟବଚ୍ଛେଦ ପରେ ବ୍ରହ୍ମବରଦାକୁ ପଠାଇବାକୁ ବ୍ୟବସ୍ଥା କରିବେ ବୋଲି ପରିବାର ଲୋକଙ୍କୁ କହିଥିବା ଜାଣିବାକୁ ମିଳିଛି। ସୂଚନାଥାଉକି ମାତ୍ର ୧୦ ଦିନ ତଳେ କମିରୁଦ୍ଦିନ ଘରୁ ଦୁବାଇ ଯାଇଥିଲେ। ତାଙ୍କର ଏଭଳି ଅସ୍ବାଭାବିକ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କର ଛୋଟ ଛୋଟ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।