ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କାଶିଆବେଡା ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କାଶିଆବେଡା ଗ୍ରାମକୁ ଏକ ୧୦ ଚକିଆ ଟ୍ରାକ ଯାଉଥିବା ସମୟରେ ଚାଳକ ଜଣକ ୧୧ କେ.ଭି ବିଦ୍ୟୁତ ତାର ଝୁଲିଥିବା ଦେଖିବାକୁ ପାଇଥିଲେ ଏବଂ ବୁଧୁରାମ ତିରିୟାଙ୍କ ପୁଅ ରୁପା ତିରିୟା(୧୮) ଙ୍କୁ ତାରକୁ ଉପରକୁ ଟେକିବାକୁ କହିଥିଲେ ।

Advertisment

ରୁପା ତାରକୁ ଧରିବା ଫଳରେ ଟ୍ରକ ଉପରେ ହିଁ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ବାଦାମପାହାଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଛି। ଏନେଇ ବାଦାମପାହାଡ଼ ଥାନାରେ ଏକ ଅପମୃତ ମାମଲା ରୁଜ୍ଜୁ ହୋଇଛି । ଶବ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି ।