ଆନନ୍ଦପୁର: ବାହାଘର ଶୋଭାଯାତ୍ରାରେ ନାଚୁଥିବା ବେଳେ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଟୋଲଙ୍କପଡ଼ା ଗ୍ରାମରେ। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଦୁଃଖବନ୍ଧୁ ସାହୁ (୩୨)। ଆଜି ଗ୍ରାମରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା।

Advertisment

ଅପରାହ୍‌ଣ ଦୁଇଟା ବେଳେ ବରପକ୍ଷ ଶୋଭାଯାତ୍ରାରେ ଆସିଥିଲେ। ଦୁଃଖବନ୍ଧୁ ଏଥିରେ ସାମିଲ ହୋଇ ବହୁ ସମୟ ଧରି ନାଚିଥିଲେ। ନାଚୁଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘସିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି। ଦୁଃଖବନ୍ଧୁଙ୍କ ବିଧବା ପତ୍ନୀ ଓ ଏକ ଶିଶୁପୁତ୍ର ରହିଛି। ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।