ବ୍ରଜରାଜନଗର: ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ କେଜିଏମ୍ ଗ୍ୟାରେଜର କର୍ମଚାରୀ ଶେକ୍ ନିଜାମ ଉଦ୍ଦିମ (୨୦)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ନିଜାମ ଗ୍ୟାରେଜ୍ରେ ଶୋଇଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୨.୩୦ମି.ରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ବଡ଼ଡାକ୍ତରଖାନା ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଡାକ୍ତରଖାନାକୁ ପଠାଇଥିବା ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
