ସମ୍ବଲପୁର: ଗୁରୁବାର ଦିନ ୧୨ଟା ସମୟରେ ଆକାଶ ଧରାଇ ଗୋଟିଏ ଗଛ ତ​ଳେ ଶୋଇଥିଲେ। ସେହି ସମୟରେ ତାଙ୍କୁ ଝାଉଁ ମାରିଦେଇଥିଲା। ଭଲ ନ ଲାଗିବାରୁ ସେ ଘର ଭିତରକୁ ଯାଇଥିଲେ। ରାତି ୮ଟା ପାଖାପାଖି ଝାଡ଼ା ବାନ୍ତି ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଂଶୁଘାତ ପାଇଁ ମୃତ୍ୟୁ ଘଟିଥିବା ନେଇ ଆକାଶଙ୍କ ଭାଇ ଧନୁପାଲି ଶଙ୍କର୍ମାର ପ୍ରକାଶ ଧରାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)