ହାଇୱା ଧକ୍କାରେ ଜଣେ ମୃତ

ଛତିଆ : ବୈରୀ ଥାନା ତଥା ଛତିଆ ପାଣ୍ଡି ଅନ୍ତର୍ଗତ ଛତିଆ ଭଟିଆ ଛକ ନିକଟରେ ଏକ ହାଇଓ୍ବା ଧକ୍କାରେ ଆଜି ସକାଳୁ ଛତିଆ ଦଳେଇସାହିର ଅନନ୍ତ ପାଢ଼ୀ(୫୫)ଙ୍କର ମୃତ୍ୟୁ ହୋଇଛି। ଅନନ୍ତ ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ଓଡି-୦୪ଆର୍-୦୪୮୮ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ହାଇୱା ଚାଳକ ଫେରାର ହୋଇଯାଇଥିଲା। ଛତିଆ ଫାଣ୍ତି ଅଧିକାରୀ ଗୋବର୍ଦ୍ଧନ ନାୟକ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ୧୪୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ତେବେ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିବା ସହ ତହସିଲଦାର ଜନକ ନାୟକଙ୍କୁ ଭେଟିଥିଲେ। ୨୦୧୧ ମସିହା ପୂର୍ବରୁ ଜମିର କିସମ କ’ଣ ଥିଲା ଜାଣିବା ପାଇଁ ତଦନ୍ତ ହେବା ଦରକାର ବୋଲି ତହସିଲଦାର କହିଥିଲେ।  ଜିଲ୍ଲାପାଳ ନିର୍ଦେଶ ଦେଲେ ତଦନ୍ତ କରାଯିବ ବୋଲି ତହସିଲଦାର କହିଥିଲେ। ଖୁବଶୀଘ୍ର ସେମାନେ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବେ ବୋଲି ଗ୍ରାମବାସୀ କହିଛନ୍ତି। ଥାନାରେ ଆଲୋଚନା ବେଳେ ଟିକିରା ୧୧ ନମ୍ବର ୱାର୍ଡସଭ୍ୟ ଲକ୍ଷ୍ମଣ ନାଏକ, ପୂର୍ବତନ ୱାର୍ଡସଭ୍ୟ ସୁମନ୍ତ ନାଏକ, ପୂର୍ବତନ ବ୍ଲକ୍‌ ଉପାଧ୍ୟକ୍ଷା କୌଶଲ୍ୟା ମହାନ୍ତ, ରାଣୀ ଲକ୍ଷ୍ମୀବାଈ ଏସ୍‌ଏଚ୍‌ଜି, ହରପ୍ରିୟା ଏସ୍‌ଏଚ୍‌ଜି, ବନଦୁର୍ଗା ଏସ୍‌ଏଚ୍‌ଜି, ମା’ ଗଡ଼ଚଣ୍ଡୀ ଏସ୍‌ଏଚ୍‌ଜି ଏବଂ ଦୀପଶିଖା ଏସ୍‌ଏଚ୍‌ଜିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର