ବାଣପୁର: ରବିବାର ସକାଳେ ବାଣପୁର ବ୍ଲକ୍‌ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ମଙ୍ଗରାଜପୁର ଗାଁରେ ନଡ଼ିଆ ଗଛରୁ ପଡ଼ିଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୫୫ ବର୍ଷିୟ ମାନିଆ ପରିଡ଼ା।

Advertisment

ସକାଳ ପ୍ରାୟ ୯ଟା ବେଳେ ମାନିଆ ଗାଁର ଜଣକ ନଡ଼ିଆଗଛରେ ଚଢ଼ି ନଡ଼ିଆ ପାରୁଥିଲେ। କୌଣସି କାରଣରୁ ଅସବଧାନ ହୋଇଯିବାରୁ ସେ ନଡ଼ିଆଗଛରୁ ସିଧା ତଳକୁ ଖସିପଡ଼ି ସାଙ୍ଘାତିକ ଆହତ ହୋଇଥିଲେ।

ତୁରନ୍ତ ତାଙ୍କୁ ବାଣପୁଣ ଡକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ବାଣପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇବାର ବ୍ୟବସ୍ଥା କରିଛି।

ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ପୁଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।