ବିନିକା: ଗତକାଲି ରାତ୍ରୀରେ ସୁବର୍ଣ୍ଣପୁର ଜିଲ୍ଲାର ଵିନିକା ବ୍ଳକ ଗଣେଶପୁର ଗ୍ରାମର ୪୮ ବର୍ଷୀୟ ସୁବାସ ଘିଵିଲା ନାମକ ଜଣେ ବ୍ୟକ୍ତିଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତ୍ରୀ ସୁବାସ ଘିଵିଲା ଓ ସୁଜିତ କୁମାର ପଣ୍ଡା ଉଭୟେ ପ୍ରାୟ ୧୦ଟା ସମୟରେ ଗଣେଶପୁର ଗ୍ରାମର ତାଲଵୁରେଇରେ ଥିବା ଵିଳକୁ ପାଣି ମଡାଇବାକୁ ଯାଇଥିଲେ। ଵିଲରେ ଘିଵିଲାଙ୍କ ଵାମ ଗୋଡ଼କୁ ମହାମଣ୍ଡଳ ସାପ କାମୁଡି ଦେଇଥିବା ପ୍ରତ୍ୟକ୍ଷଦର୍ଶୀ ପଣ୍ଡା କହିଛନ୍ତି।
ସାପ କାମୁଡ଼ିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ଗାଡ଼ିରେ ବିନିକା ଡାକ୍ତରଖାନାକୁ ନେଇ ଯାଇଥିଲେ। ଡାକ୍ତରଖାନାରେ ଘିଵିଲାଙ୍କୁ ମୃତ ଘୋଷଣା କରାଯାଇଥିଲା। ବିନିକା ପୁଲିସ ଖବର ପାଇ ମୃତଦେହକୁ ଜବତ କରି ଶଵଵ୍ୟଵଚ୍ଛେଦ ପାଇଁ ଶନିବାର ଦିନ ପଠାଇ ଥିଵା ସୂଚନା ମିଳିଛି।
ତାଙ୍କର ସ୍ତ୍ରୀ ଓ ଦୁଇପୁଅ ଅଛନ୍ତି। ସୁବାସ ପରିବାରର ମୁଖ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ମେରୁଦଣ୍ଡ ଦୋହଲି ପଡ଼ିଥିବା ଜଣାପଡିଛି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତାଙ୍କୁ ଦେଖିବା ପାଇଁ ବିନିକା ଡାକ୍ତରଖାନାରେ ଭିଡ଼ ଲଗାଇଛନ୍ତି। ଏଣୁ ଏହି ପରିବାରକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଜନସାଧାରଣରେ ଦାଵି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/12/lniQH7bZ2brBNHi4B4Af.jpg)