ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍-ବାଇକ୍ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ କୁଞ୍ଜବିହାରୀ ଦାସ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, କୁଞ୍ଜବିହାରୀ ଦାସ ଓରଫ ବିଜୟ ସାଇକେଲରେ ବିଦ୍ୟୁତ୍ ଅଫିସକୁ ଆସୁଥିଲେ। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍ ସହ ସାମ୍ନାପଟି ଆସୁଥିବା ବାଇକ (ଓଡି୩୧ଜେ-୩୪୮୧)ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ସାଇକେଲ୍ ଆରୋହୀ କୁଞ୍ଜବିହାରୀ ଦାସଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାଯାଇଛି। ଏଣେ ସ୍ଥାନୀୟ ଲୋକେ ବାଇକ୍ ଚାଳକଙ୍କୁ ଧରି ବିନିକା ଥାନାକୁ ଆଣିଥିଲେ। ସେଠାରେ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେଣେ ପୁଲିସ ମୃତଦେହକୁ ଜବତ କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ଲାଗି ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/ca7a6029-fb5a-45db-b4d6-7f365e40455b.jpeg)