କାଟିଆ-ବୈଷାନ ରାସ୍ତା ସଂପ୍ରସାରଣ ବେଳେ ଅଘଟଣ : କର୍ମଚାରୀଙ୍କୁ ଚାପିଦେଲା ଡମ୍ଫର

ଘଟଣାସ୍ଥଳରେ ଉତ୍ତେଜନା, ଶବରଖି ରାସ୍ତାରୋକ

ଦଶରଥପୁର : ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଧିନସ୍ଥ କାଟିଆ-ବୈଷପାନ ରାସ୍ତା ସଂପ୍ରସାରଣ ବେଳେ ଅଘଟଣ ଘଟିଛି। ପୂର୍ତ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଫୁଲ୍ଲ ସାହୁ(୪୮)ଙ୍କ ଉପରେ ଡମ୍ଫର ମାଡ଼ିଯିବାରୁ ତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଥିଲେ। ଆନ୍ଦୋଳନକାରୀଙ୍କୁ ପୁଲିସ ନାଲି ଆଖି ଦେଖାଇଥିଲା। ପ୍ରଫୁଲଙ୍କ ମୃତ୍ୟୁର ପାରିପାଶ୍ୱିକ ଅବସ୍ଥାରୁ ଦେଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏଥିନେଇ ମଧ୍ୟ ସ୍ତ୍ରୀ ରାନୁ ସାହୁ ବିଳମ୍ବିତ ରାତିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ଘଟଣାରୁ ପ୍ରକାଶ ଆଜି ଦିନ ପ୍ରାୟ ୩.୩୦ ମିନିଟ ସମୟରେ ପୂର୍ତ୍ତ ବିଭାଗର ରାସ୍ତା କାଯ୍ୟର୍ ଚାଲୁଥିଲା । ପ୍ରଥମ ପର୍ଯ୍ୟାୟ ପିଚୁକାଯ୍ୟର୍ ଚାଲୁଥିବାବେଳେ ବିଭାଗ ପକ୍ଷରୁ କାଯ୍ୟର୍ ହେଉଥିବା ସ୍ଥାନରେ ଯାଜପୁର ଟାଉନଥାନା ବିଚିତ୍ରପୁର ପଞ୍ଚାୟତ ବାରବାଟି ଗ୍ରାମର ନାରାୟଣ ସାହୁଙ୍କ ପୁଅ ପ୍ରଫୁଲଙ୍କୁ ନିଯୁକ୍ତ କରାଯାଉଥିଲା । ଏହି ସମୟରେ ୩ଟି ପିଚୁ ଡମ୍ଫର ଆସିଲାଗିଥିଲା। ଗୋଟିଏ ପିଚୁ ଲୋଡ ଥିବା ଡମ୍ଫର ପ୍ରଫୁଲ୍ଲ ଠିଆହୋଇଥିବା ସ୍ଥାନ ଛଚିଣା ବାଳଦା ଛକ ଆଡକୁ ପଛେଇ ପଛେଇ ମାଡିଆସି ସ୍କୁଟି ସହ ପ୍ରପୁଲଙ୍କୁ ଧକ୍କା ଦେଇଥିଲା । ଡମ୍ଫରଟି ପ୍ରଫୁଲ୍ଲଙ୍କ ଉପରେ ଚଢ଼ିଯିବାରୁ ତାଙ୍କ ଶରୀର ପୂରା ବାଟି ହୋଇଯାଇଥିଲା। ପ୍ରଫୁଲଙ୍କ ଛାତିରୁ କଲିଜା ବାହାରି ୧୦ ଫୁଟ ଦୂରରେ ପଡିଥିଲା । ଏହାସହ ଶରୀରରେ ବିଭିନ୍ନ ଅଙ୍ଗ ଫାଟି ପଦାକୁ ଆସିଯିବା ବେଳେ ହାଡଗୋଡ଼ ଚୁନା ହୋଇଯାଇଥିଲା । ଏହା ଏକ ଦୁର୍ଘଟଣା ବୋଲି କେହି ଗ୍ରହଣ କରିପାରୁନଥିବା ଜଣାପଡିଛି ।

ଘଟଣା ଘଟିବା ପରେ ଉତ୍ତେଜନା ଦେଖାଯାଇଥିଲା । ପରିବାର ଲୋକେ ଆସିବା ପୂର୍ବରୁ କେତେକ ଲୋକ ଶବ ନେଇଯିବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ଥାନୀୟ ପୁଲିସ ସହାୟତା କରୁଥିଲା। ବିଚିତ୍ରପୁର ଆସିଥିବା କିଛି ଯୁବକ ପ୍ରତିବାଦ କରିବାରୁ ପୁଲିସ ନାଲିଆଖି ଦେଖାଇ ମାଡ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଧକ୍କା କରିଥିବା ଡମ୍ଫରଟି (ଓଆର-୦୪-ପି-୩୦୨୫) ହୋଇଥିବାବେଳେ ବୀରଜା କନଷ୍ଟ୍ରକସନର ବୋଲି ଜଣାପଡିଛି । ରାସ୍ତା କାଯ୍ୟର୍ଟି ଆଶୀର୍ବାଦ କନଷ୍ଟ୍ରକସନ କାଯ୍ୟର୍ ନେଇଥିବାବେଳେ ସବଲେଟରେ ବିରଜା କନଷ୍ଟ୍ରକସନ କାଯ୍ୟର୍କରୁଛି । ୧୦ ଲକ୍ଷ ସହ ପରିବାରର ଜଣକୁ ଚାକିରି ଦେବାକୁ ଦାବି ହୋଇଛି । ଠିକାସଂସ୍ଥା ପ୍ରଫୁଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ନିମ୍ନମାନର କାର୍ଯ୍ୟ କରାଯାଉଥିବାବେଳେ ପ୍ରଫୁଲ ବାରମ୍ବାର ଏହାର ପ୍ରତିବାଦ କରିଆସୁଥିଲେ। ଏଦୃଷ୍ଟିରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଘଟଣାସ୍ଥଳରେ ମୃତ ଶରୀରକୁ ରଖି ଧାରଣା ଦିଆଯାଇଛି । ଯାତାୟାତରେ ଅସୁବିଧା ଦେଖାଦେଇଛି । ଘଟଣାସ୍ଥଳ ଉତ୍ତେଜନା ଥିବାରୁ ମଂଗଳପୁର ଆଇଆଇସି ଆକବର ଅଲ୍ଲି ଓ ଦଶରଥପୁର ତହସିଲଦାର ଡ଼. ଶ୍ୱେତକୁମାର ଦାଶଙ୍କ ସହିତ ମଂଗଳପୁର ପୁଲିସ ଓ ଯାଜପୁରଟାଉନ ପୁଲିସ ମୁତୟନ ଅଛନ୍ତି ।

ଦୁର୍ଘଟଣାରେ ୨ ଯୁବକ ମୃତ

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ କବାଟ ଗ୍ରାମ ନିକଟରେ ଆଜି ଏକ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଯେ,ଏହି ଥାନା ଅନ୍ତର୍ଗତ ଲେମ୍ବୋ ଗ୍ରାମସ୍ଥିତ ବନ୍ଧୁ ଘରୁ ସୁକିନ୍ଦା ପଞ୍ଚାୟତ ସ୍ଥିତ ରଙ୍ଗିଟାଙ୍ଗର ଗ୍ରାମକୁ ଫେରୁଥିବା ଆନନ୍ଦ ନାୟକଙ୍କ ପୁଅ ସନ୍ତୋଷ ନାୟକ(୨୦) ଏବଂ ପର୍ଶୁ ନାୟକଙ୍କ ପୁଅ ଚଇତା ନାୟକ(୨୫)ଙ୍କୁ ଏକ ଅଜଣା ଟ୍ରକ ପଛ ପଟୁଧକ୍କା ଦେଇ ଫେରାର ହୋଇଯାଇଥିଲା । ସେମାନେ ରାସ୍ତାରେ ପଡି ଗୁରୁତର ଅବସ୍ଥାରେ ଛଟ ପଟ ହେଉଥିବା ସମୟରେ କିଛି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିବା ବେଳେ ଚଇତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠା ଯାଇଥିଲା। ତେବେ ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର