ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନାଠାରୁ ପାରଳାଖେମୁଣ୍ଡିକୁ ଆସୁଥିବା ମୋହନା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡ଼ି ଜଣେ ଗାଡ଼ି ଚାଳକଙ୍କୁ ଧକ୍କା ଦେବା ସହ ଘଟଣାସ୍ଥଳରେ ଗାଡ଼ି ନରଖି ସେଠାରୁ ଚମ୍ପଟ ମାରିବା ସମସ୍ତଙ୍କ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ପାରଳାଖେମୁଣ୍ଡି ସ୍ଥିତ ଯାଜପୁର ଗ୍ରାମ ନିକଟରେ ପୁଡୁଣୀ ଛକଠାରେ ମୋହନା ବିଡିଓଙ୍କ ଗାଡ଼ି ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ବାଇକ ଚାଳକ ଟି. ପ୍ରଭାକରଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ସାତମାଇଲ ଗ୍ରାମରୁ ପାରଳାଖେମୁଣ୍ଡିରେ ନିଜ ବ୍ୟାଙ୍କ କାର୍ଯ୍ୟ ପାଇଁ ଆସୁଥିବା ବେଳେ ଅଚାନକ ବିଡିଓଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।
/sambad/media/post_attachments/wp-content/uploads/2023/02/f98394e4-7e82-442e-9f3d-8cfc2b06c3c0.jpg)
ଖବର ପାଇ ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିବା କରିଛି। ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ମୋହନା ବିଡିଓଙ୍କ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ଏଥିସହ ଗାଡ଼ିକୁ ଜବତ କରିଛି ଏବଂ ଏନେଇ ପଚରାଉଚରା ଜାରି ରଖିଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
ତେବେ ମାନବିକତା ଦୃଷ୍ଟିରୁ ଘଟଣା ଘଟିବା ବେଳେ ଗାଡ଼ିରେ ବସିଥିବା ବେଳେ ବିଡିଓ ଓ ଅନ୍ୟ ସହକର୍ମୀମାନେ ଗାଡ଼ିକୁ ନରଖିବାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ବିଡିଓଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିବା ବେଳେ ସେ କିନ୍ତୁ ଉକ୍ତ ସ୍ଥାନରୁ କେଉଁଆଡେ ଉଭାନ ହୋଇଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ବିଡିଓଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/2833d943-6fa3-4459-a88f-aa9195c9aa5d.jpg)