ଖଡ଼ିଆଳ: ବିଦ୍ୟୁତ ଆଘାତରେ ଜଣେ ମୃତ

ଖଡ଼ିଆଳ: ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ଆଜି ଅଘଟନ ଘଟିଛି । ଘରକୁ ଛପର କରୁଥିବା ବେଳେ ବିଦ୍ୟୁତ ଆଘାତରେ ଡୁଆଝର ଗ୍ରାମର ଚିଂନୁ ସରଫ ବୟସ ୫୦ଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଡୁଆଝର ଗ୍ରାମର ଡରେଶ୍ଵର ମେହେରଙ୍କ ଘର ଉପରେ ଚିଂନୁ ଖପର କାମ କରୁଥିବା ବେଳେ ଘରଉପର ଦେଇ ଯାଇଥିବା ବିଦ୍ୟୁତ ତାରରେ ଲାଗିଯିବାରୁ ଘର ଉପରୁ ତଳକୁ ଛିଟିକି ପଡିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ଖରିଆର ପୁଲିସ ଏସଆଇ ରେବତୀ ଦୁର୍ଗା ଓ ଡମ୍ବରୁଧର ପ୍ରଧାନ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଆସନ୍ତାକାଲି ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ।

ସମ୍ବନ୍ଧିତ ଖବର