ଜୟପୁର: ଶନିବାର ଅପରାହ୍ଣ ୪ଟାବେଳେ ବୈପାରିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଟାଙ୍ଗିଣିଗୁଡ଼ା ଅଞ୍ଚଳର ଯୋଡ଼ାଆମ୍ବ ଗାଁ’ର ଏକ ନାଳ ନିକଟରୁ ଜଣେ ବ୍ୟକ୍ତିଙ୍କର ଶବ ମିଳିଛି। ସେ ଶବ ଯୋଡ଼ାଆମ୍ବ ଗାଁ’ର ୪୦ ବର୍ଷିୟ ମଙ୍ଗଳା ହନ୍ତାଳଙ୍କର ବୋଲି ଜଣାପଡ଼ିଛି। ସେ ୩/୪ ଦିନ ହେବ ଘରୁ ନିରୁଦ୍ଦେଶ ହୋଇଯାଇଥିଲେ।

Advertisment

ମଙ୍ଗଳା ଜଣେ ମଦ୍ୟପ ହୋଇଥିବାରୁ ଅଧିକାଂଶ ସମୟ ନିଶାଗ୍ରସ୍ତ ଅବସ୍ଥାରେ ଥାଆନ୍ତି ବୋଲି କୁହାଯାଉଛି। ବହୁ ଖୋଜାଖୋଜି ପରେ ଗତକାଲି ତାଙ୍କ ପରିବାର ଲୋକେ ନାଳ ପାଖରୁ ତାଙ୍କର ଶବ ପାଇଥିଲେ। ଖବର ପାଇ ପୁଲସ ସେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ବ୍ୟବଚ୍ଛେଦ ପରେ ଶବଟି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।