ମୃତ୍ୟୁ ଏମିତି ବି ଆସେ: ପୂଜା କରୁଥିବା ବେଳେ ଟଳିପଡ଼ିଲେ ଅବସରପ୍ରାପ୍ତ ଆରଏସପି କର୍ମଚାରୀ

ରାଉରକେଲା: ମୃତ୍ୟୁ ବି ଏମିତି ଆସେ! ମା ତାରିଣୀଙ୍କୁ ପୂଜା କରୁଥିବା ବେଳେ ଟଳିପଡ଼ିଲେ ଜଣେ ଅବସରପ୍ରାପ୍ତ ଆରଏସପି କର୍ମଚାରୀ। ମୃତକ ଜଣକ ହେଲେ ଛେଣ୍ଡ କଲୋନିର କୈଳାସ ଚନ୍ଦ୍ର ମଲ୍ଲିକ(୫୮) । ଆଜି ସକାଳ ପ୍ରାୟ ସାଢେ ଆଠଟା ବେଳେ ଏମିତି ଅଭାବନୀୟ ଘଟଣା ଘଟିଛି ସେକ୍ଟର-୧୯ ମୁଣ୍ଡା ମାର୍କେଟ ପରିସରରେ ଥିବା ମା ତାରିଣୀ ମନ୍ଦିର ହୁଣ୍ଡି ନିକଟରେ ।
ସ୍ଥାନୀୟ ବ୍ୟବସାୟୀ ଏ ସଂକ୍ରାନ୍ତରେ ସେକ୍ଟର-୧୯ ଥାନାକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

ସମ୍ବନ୍ଧିତ ଖବର