ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଫାଣ୍ଡିରେ ପଶି ଜଣେ ବୟସ୍କ ବ୍ୟକ୍ତି ଉନ୍ମତ୍ତ କାଣ୍ଡ କରିଛନ୍ତି। ମାତାଲ ବ୍ୟକ୍ତି ଜଣକ ଭଙ୍ଗାରୁଜା କରି ଟେବୁଲ ଉପରେ ଥିବା ପୁଲିସ ଟୋପି, କାଗଜପତ୍ର ଓ ଚେୟାର ନେଇଯାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ମଧ୍ୟାହ୍‌ଣ ୧୨ଟାରେ ଖମାର ଗ୍ରାମରେ ଭାସ୍କର ସାହୁ(୫୨) ଶଗଡ଼ରେ ନିଜ ୮୫ବର୍ଷର ମା’ ଓ ୬ ବର୍ଷର ନାତିକୁ ବସେଇ ବାଗେଡ଼ିଆ ଫାଣ୍ଡିରେ ପହଞ୍ଚିଥିଲେ। ଫାଣ୍ଡିରେ ପହଞ୍ଚିବା ପରେ ମଝି ରାସ୍ତାରେ ଶଗଡ଼ ରଖି ଦୁଇ ବଳଦକୁ ଖୋଲିଦେଇଥିଲେ। ଶଗଡ଼ରେ ମା ଓ ନାତି ବସିଥିବା ବେଳେ ମୋ ଆପତ୍ତି ଶୁଣୁନ କହି ଅତର୍କିତ ଭାବେ ଫାଣ୍ଡି କାର୍ଯ୍ୟାଳୟକୁ ପଥର ଫିଙ୍ଗିବା ସହିତ ଗେଟ, ସାଇନବୋର୍ଡ ଭାଙ୍ଗିବା ପରେ ଟେବୁଲ ଉପରେ ଥିବା ପୁଲିସ ଟୋପି ଚେୟାର ନେଇ ଶଗଡ଼ ନିଜେ ଟାଣି ଫେରିଯାଇଥିଲେ।

Advertisment

publive-image

ଭାସ୍କର ଦୁଇ ଘଣ୍ଟା ଧରି କାଣ୍ଡ ଭିଆଉ ଥିବାବେଳେ ଫାଣ୍ଡିରେ ସିଭିଲ ପୋଷାକରେ ଥିବା କନଷ୍ଟେବଳ ପାଣି ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଏପରିକି ସ୍ଥାନୀୟ ଲୋକମାନେ ମଧ୍ୟ ଦେଖଣାହାରି ସାଜିଥିଲେ। ଉନ୍ମତ୍ତ କାଣ୍ଡ ପରେ ଭାସ୍କର ମୁଣ୍ଡରେ ପୁଲିସ ଟୋପି ପିନ୍ଧି କାଗଜପତ୍ର ଓ ଚେୟାର ଲୋଡ଼ କରି ଶଗଡକୁ ନିଜେ ଟାଣି ଟାଣି ଘରକୁ ଫେରୁଥିଲେ। କିଛି ସମୟ ପରେ ଏସ୍ଆ‌ଇ ସଂଘମିତ୍ରା ଶତପଥୀ ସଦଳବଳେ ଫାଣ୍ଡିରେ ପହଞ୍ଚି ଭଙ୍ଗାରୁଜା ଦେଖିଥିଲେ। ଘରକୁ ଫେରୁଥିବା ବେଳେ ଅଧାବାଟରୁ ଭାସ୍କର ଠାରୁ ଟୋପି, କାଗଜପତ୍ର ଓ ଚେୟାର ଉଦ୍ଧାର କରି ଫାଣ୍ଡିକୁ ଆଣି ତଦନ୍ତ ଚଳେଇଛନ୍ତି।

ନିଜ ଜମିରେ ମହେଶ୍ୱରୀ ବୋରିଂ କମ୍ପାନି ପକ୍ଷରୁ କୋଇଲା ଖଣି ବୋର ପାଇଁ ବ୍ୟବହୃତ ଗାଡି ଓ ମେସିନ ନେଵାଆଣିବା କରୁଛି। ଏଥିପାଇଁ ଭାସ୍କର ବିରୋଧ କରି ଆସୁଛନ୍ତି। ଗତକାଲି ଭାସ୍କର ତହସିଲଦାରଙ୍କ ନିକଟରେ ନିଜର ସହମତି ନନେଇ ଜବରଦସ୍ତି କମ୍ପାନି ଗାଡ଼ି ଚଳାଚଳ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ତହସିଲଦାର ବୁଝିନଥିବାରୁ ପ୍ରତିକ୍ରିୟା ପ୍ରକାଶ କରି ଆଜି ଏଭଳି କାଣ୍ଡ ଭିଆଇଥିବାର ଭାସ୍କର କହିଛନ୍ତି।