ଚଳନ୍ତା ଟ୍ରେନରୁ ଖସି ହାତ, ଗୋଡ଼ କଟିଲା

ଜୟପୁର : ଜୟପୁର ନିକଟ ଉମୁରୀ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଉମୁରୀ ଏଫସିଆଇ ବସ୍ତି ଅଂଚଳର ସୋନୁ ବାଘ (୫୫)ଙ୍କ ଡାହାଣ ଗୋଡ ଓ ହାତର ପାପୁଲି କଟିଯାଇଛି। ସେ ଗତକାଲି ପରବ ଦେଖିବାକୁ କୋରାପୁଟ ଯାଇଥିଲେ। ଆଜି ସେ ବିଶାଖାପାଟଣା-କିରଣ୍ଡୁଲ ଟ୍ରେନରେ ଘରକୁ ଫେରୁଥିଲେ। ଉମୁରୀ ଷ୍ଟେସନରେ ଟ୍ରେନ ପହଚିଂବା ମାତ୍ରକେ ତରବର ହୋଇ ଓହ୍ଲାଇବାକୁ ଗେଟ୍ ନିକଟକୁ ପଳାଇ ଆସିଥିଲେ। ନିଜ ଉପରେ ଭାରସାମ୍ୟ ରକ୍ଷା କରି ନ ପାରି ଟ୍ରେନରୁ ତଳେ ପଡି ଯାଇଥିଲେ। ତାଙ୍କ ଡାହାଣ ଗୋଡ ଓ ହାତର ପାପୁଲି ଉପରୁ ଟ୍ରେନ ଚକା ପଳାଇ ଯାଇଥିଲା। ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ସୋନୁକୁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର