ବ୍ରଜରାଜନଗର : ରବିବାର ଅପରାହ୍ଣ ୨ଟା ସମୟରେ ସାଉଥ ବିହାର ଏକ୍ସପ୍ରେସ ଟ୍ରେନରୁ ଖସି ପଡ଼ି ଜଣେ ଯୁବକଙ୍କ ଦୁଇଟି ଯାକ ଗୋଡ଼ କଟିଯାଇଛି। ଝାରସୁୁଗୁଡ଼ା ସିରିଆ ବଗିଚା ନିକଟରେ ସକାଳୁ ଟ୍ରେନ୍ରୁ ଖସି ପଡ଼ିବା ଯୋଗୁଁ ବନଜାରୀ ନାମକ ୩୦ ବର୍ଷ ବୟସ୍କ ଉକ୍ତ ଯୁବକଙ୍କ ଗୋଡ଼ କଟିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ରାୟଗଡ଼ ବସଷ୍ଟାଣ୍ଡ ନିକଟ ବାସିନ୍ଦା ବୋଲି ଜଣାପଡ଼ିଛି।
ଟ୍ରେନରୁ ପଡ଼ି ଯୁବକଙ୍କ ୨ ଗୋଡ଼ କଟିଲା
/sambad/media/post_attachments/wp-content/uploads/2017/10/SBPHO8-jsg1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)