କୁହିକା : ଚଣ୍ଡିଖୋଲ-ଲୁହୁରଚଟି ୫୩ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ୍ରେ ରହିଛି ଏକ କୂଅ। ସୁକିନ୍ଦା ଥାନା ଦୁଧୁଯୋରୀ ପଞ୍ଚାୟତ ମଙ୍ଗଳପୁର ସ-ମିଲ୍ ସାହି ନିକଟରେ ସର୍ଭିସ ରୋଡ୍ ମଝିରେ ଥିବା ଏହି କୂଅରେ ଗତ ରାତିରେ ବାଇକ ସହ ଚାଳକ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତବ୍ୟକ୍ତି କୁହିକା ପଞ୍ଚାୟତ ବାମ୍ବିଲୋ ଗ୍ରାମର ରମେଶ ସେଠୀ (୪୭)। ଏହାକୁ ନେଇ ଆଜି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ।
ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ଭୁବନ ପଟୁ ମଙ୍ଗଳପୁର ଦିଗକୁ ଆସିଥିବା ବାମପାର୍ଶ୍ବ ସର୍ଭିସ ରୋଡ୍ରେ ମଙ୍ଗଳପୁର ସ-ମିଲ୍ ସାହି ନିକଟରେ ପ୍ରାୟ ୨୫ ମିଟର ରାସ୍ତା ଅସମ୍ପୂର୍ଣ୍ଣ ରହିଛି। ଏହି ସ୍ଥାନର ଉଭୟ ପାର୍ଶ୍ବ ରାସ୍ତା ପିଚୁ ହୋଇଥିବାବେଳେ ମଝିରେ ଥିବା ଏକ ଖୋଲା କୂଅ ବିପଦସଂକୁଳ ଅବସ୍ଥାରେ ରହିଛି। ଗତକାଲି ରାତିରେ ରମେଶ ଭୁବନ ପଟୁ ଫେରୁଥିବାବେଳେ ବାଇକ ସହ କୂଅରେ ଖସି ପଡ଼ିଥିଲେ। ରାତିରେ ଏ ବିଷୟରେ କେହି ଜାଣିପାରି ନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ପାଣି ଆଣିବାକୁ ଯିବାରୁ କୂଅ ଭିତରେ ବାଇକ ଓ ଚପଲ ଭାସୁଥିବା ଦେଖି ସୁକିନ୍ଦା ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ବାଇକ ଓ ରମେଶଙ୍କ ମୃତଦେହ ବାହାର କରିଥିଲେ। ମୃତ ରମେଶ ଜଣେ ଟ୍ରକ୍ ଡ୍ରାଇଭର ହୋଇଥିବାରୁ ଏ ଘଟଣାରେ ଡ୍ରାଇଭର ମହାସଂଘ ତାତିଥିଲା। ଉପଯୁକ୍ତ ସହାୟତା ଦେବା ତଥା ବେପରୁଆ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ବାଲାଜୀ କନଷ୍ଟ୍ରକ୍ସନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପୂର୍ବାହ୍ନ ୯ ଟାରୁ ଜାତୀୟ ରାଜପଥ ଅବରୋଧ କରିଥିଲେ।
/sambad/media/post_attachments/wp-content/uploads/2022/04/wwww-300x194.jpg)
କୂଅ ଭିତରେ ବିସ୍ଫୋରଣ, ଜଣେ ମୃତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରତନପୁର ଗ୍ରାମରେ ଖୋଳା ଯାଉଥିବା ଏକ କୂଅ ଭିତରେ ପଥର ବିସ୍ଫୋରଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମର ସୁରେନ୍ଦ୍ର ବଗର୍ତ୍ତି(୩୦) ବୋଲି ଜଣାପଡ଼ିଛି।
ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାଇ ବାଣୀଭୂଷଣପୁର ପଞ୍ଚାୟତ ଠିଡ଼କାଜୋର ଗ୍ରାମର ସୁମନ୍ତ ସାହୁ ରତନପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କର କୂଅ ଖୋଳିବାକୁ ମୂଲିଆ ଭାବେ କାମ କରିବା ପାଇଁ ସୁରେନ୍ଦ୍ର ବଗର୍ତ୍ତିଙ୍କୁ ନେଇଥିଲେ। ଶୁକ୍ରବାର ଏହି କୂଅ ଭିତରେ ପଥର ବିସ୍ଫୋରଣ ପାଇଁ ୩ଟି ଡିନାମାଇଟ ଲଗାଯାଇଥିଲା। ତେବେ ସେଥିରୁ ୨ଟି ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ବିସ୍ଫୋରଣ ହୋଇପାରି ନଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ କାହିଁକି ବିସ୍ଫୋରଣ ହୋଇ ନାହିଁ ବୋଲି ଦେଖିବା ପାଇଁ ସୁମନ୍ତଙ୍କ କହିବା ଅନୁଯାଇ ସୁରେନ୍ଦ୍ର ଅପରାହ୍ଣ ୪.୩୦ମି.ରେ କୂଅ ଭିତରକୁ ପଶିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ କୂଅ ଭିତରେ ପଶିଥିବା ବେଳେ ହଠାତ ତାହା ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/jajpur-well.jpg)