୧୦୦୦ ପେଟ୍ରୋଲ ଭରି ଟଙ୍କା ନଦେଇ ଛୁ’ ମାରିଲା ଯୁବକ, ଭିଡିଓ ଭାଇରାଲ

ରାଉରକେଲା: ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପ୍‌କୁ ଯାଇ ୧ ହଜାର ଟଙ୍କାର ପେଟ୍ରୋଲ ଭରିଲେ। କିନ୍ତୁ ଟଙ୍କା ନଦେଇ ଦ୍ରୁତ ଗତିରେ ଫେରାର୍‌ ହୋଇଯାଇଥିଲେ। ସିସିଟିଭିରେ ଏହି ଦୃଶ୍ୟ କଏଦ୍‌ ହୋଇଯାଇଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୫ ମିନିଟ। ଜଣେ ବ୍ୟକ୍ତି ନିଜ କାର୍‌ରେ ସେକ୍ଟର-୨୦ସ୍ଥ ଶ୍ରୀ ଶ୍ରୀ ଫିଲିଂ ଷ୍ଟେସନକୁ ଆସିଥିଲେ। କାର୍ ଲଗେଇ କର୍ମଚାରୀଙ୍କୁ ୧ ହଜାର ଟଙ୍କାର ତେଲ ଭରିବାକୁ କହିଥିଲେ। ତେଲ ଭରିସାରି କର୍ମଚାରୀ ଜଣକ ଟାଙ୍କିରୁ ପାଇପ୍ ବାହାରକରିବା ମାତ୍ରେ ଯୁବକ ଜଣକ ଟଙ୍କା ନଦେଇ ଛୁ’ ମାରିଥିଲେ। କାର୍‌ର ବେଗ ମାତ୍ରାଧିକ ଥିବାରୁ ପେଟ୍ରୋଲ ଭରିବାକୁ ଆସିଥିବା ଅନ୍ୟ ଗ୍ରାହକ, ପେଟ୍ରୋଲ ପମ୍ପ କର୍ମଚାରୀ ଯୁବକଙ୍କୁ ଅଟକାଇବାର ସୁଯୋଗ ବି ପାଇନଥିଲେ।

ସମ୍ବନ୍ଧିତ ଖବର