ଦେଓଗାଁ : ଗ୍ରାଫାଇଟ ଖଣିରେ ପଡ଼ି ଜଣେ ମୃତ

ଦେଓଗାଁ : ଦେଓଗାଁ ଥାନା ଅନ୍ତର୍ଗତ ଲଣ୍ଡାପଥରସ୍ଥିତ ସୁର୍ମା ଖାଦାନ (ଗ୍ରାଫାଇଟ ଖଣି) ଖାଲରେ ପଡ଼ିଯାଇ ସର୍ଜୁ ପଧାନ (୫୦ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଗାଁର ସର୍ଜୁ ରବିବାର ସକାଳୁ ଉଠିବା ପରେ ତାଙ୍କ ବାଡ଼ି ନିକଟରେ ଥିବା ଖାଦାନକୁ ଦାନ୍ତ ଘଷିବାକୁ ଯାଇଥିଲେ। ଏହି ସମୟରେ ଖାଦାନ ଉପରେ ଥିବା ଏକ ପଥରରେ ଝୁଣ୍ଟିଯିବାରୁ ଖାଲରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶବ ସତ୍କାର କରିଦେଇଛନ୍ତି। ଏ ନେଇ ସ୍ଥାନୀୟ ପୁଲିସ ନିକଟରେ କୌଣସି ସୂଚନା ନାହିଁ। ସୂଚନାଯୋଗ୍ୟ ଯେ, ଲଣ୍ଡାପଥରଠାରେ ଗତ କିଛି ବର୍ଷ ତଳେ ଚୋରାରେ ଗ୍ରାଫାଇଟ ଉତ୍ତୋଳନ ଚାଲିଥିଲା। ତାହା ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। ଗାଁରେ ଗାଧୋଇବା ପାଇଁ ପାଣିର ଅଭାବ ଥିବାରୁ ପ୍ରତିଦିନ ଲୋକମାନେ ଏଠାରେ ଗାଧୋଇଥାନ୍ତି।

ସମ୍ବନ୍ଧିତ ଖବର