ଦୁଷ୍କର୍ମ ମାମଲାରେ ଅଭି‌ଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର: କୋରାପୁଟ ସଦର ଥାନା ଅଂଚଳରେ ଗତ ୨୦୨୦ମସିହାରେ ହୋଇଥିବା ଗୋଟିଏ ଦୁଷ୍କର୍ମ ମାମଲାରେ ପୁଲିସ ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ କୋର୍ଟରେ ଦାଖଲ କରି ନ ପାରିବାରୁ  ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ଗୁପ୍ତ ଖିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨୦୨୦ମସିହାରେ କେରାପୁଟ ସଦର ଥାନା ଅଂଚଳର ଜୈନେକା ନାବାଳିକାଙ୍କ ଘରେ ଅଭିଯୁକ୍ତ ଗୁପ୍ତ ଖିଲ ରହୁଥିଲେ। ରହିବା ସମୟରେ ନାବାଳିକାଙ୍କ ସହ ପ୍ରେମସଂପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ବିବାହ କରିବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ବାରମ୍ବାର ଶାରିରୀକ ସଂପର୍କ ରଖି ୨ମାସର ଗର୍ଭବତୀ କରିଥିଲେ। ପରିବାରବର୍ଗ ଜାଣିବା ପରେ ଅଭିଯୁକ୍ତଙ୍କୁ ପଚାରିବାରେ ସେ ଲୁଛି ପଳାଇଥିଲେ। ପରେ ନାବାଳିକାଙ୍କୁ ଗର୍ଭପାତ କରିବା ପାଇଁ ଜୋରଜବରଦସ୍ତ ଆଣି ଖୁଆଇ ଗର୍ଭପାତ କରାଇଥିଲେ। ଏହା ପରେ ପରିବାରବର୍ଗ ଅଭିଯୁକ୍ତ ଗୁପ୍ତଙ୍କୁ ନାବାଳିକାଙ୍କୁ ନେବାକୁ ବାଧ୍ୟ କରିବାରୁ ଅଳ୍ପ କିଛି ଦିନ ପାଇଁ ସେମିଳିଗୁଡା ନେଇ ପରେ ଛାଡ଼ି ଦେଇଥିଲେ।

ଗତ ୨୦୨୦ମସିହା ମେ ୨୮ତାରିଖ ଦିନ ପରିବାରବର୍ଗ କୋରାପୁଟ ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଉଭୟଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାର ଶୁଣାଣୀ ଚାଳିବା ସମୟରେ କୋର୍ଟରେ ୪ଜଣଙ୍କର ସାକ୍ଷ୍ୟ ନିଆଯାଇଥିଲା। ପୁଲିସର ଉପଯୁକ୍ତ ତଦନ୍ତ ଓ  ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସାସମଲ ଅଭିଯୁକ୍ତ ଗୁପ୍ତ ଖିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନାନାଜୀ ଆଚାରୀ ଓ ତାଙ୍କ ସହଯୋଗୀ ମାମଲା ପରିଚାଳନା କରୁଥିଲେ।

 

 

 

 

 

ସମ୍ବନ୍ଧିତ ଖବର