ରାଉରକେଲା: କୋର୍ଟ ପରିସରସ୍ଥ ସିଏସ୍ଆଇଙ୍କ ଅଫିସ୍ରେ ପୁଲିସକୁ ଧମକଚମକ ଦେବା ଦୋଷୀକୁ ମହଙ୍ଗା ପଡ଼ିଛି। ମାମଲାର ବିଚାର କରି ପ୍ରଥମ ଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ୨ ବର୍ଷ ୮ ମାସ ଜେଲଦଣ୍ଡ ସହ ୬ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣକୁ ଗ୍ରହଣ କରି ବିଚାରପତି ଶ୍ରୀ ବେହେରା ଏହି ରାୟ ଶୁଣାଇଛନ୍ତି। ଦୋଷୀ ଜଣକ ହେଲେ ଉଦିତନଗର କୁମ୍ଭାରପଡ଼ାର ସୁମନ ଖାନ୍। ଅଭିଯୁକ୍ତ ସୁମନ ଗତ ୨୦୧୯ରେ ଏକ ଅପରାଧିକ ମାମଲାରେ ଫେରାର ଥିଲେ। ତା’ ନାଁରେ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଗତ ୨୦୧୩ ଜୁନ୍ ୨୪ରେ ତାକୁ ଉଦିତନଗର ପୁଲିସ ଗିରଫ କରି କୋର୍ଟ ଆଣିଥିଲା। ସିଏସ୍ଆଇ ଅଫିସ୍ରେ କାଗଜରେ ଦସ୍ତଖତ କରୁଥିବାବେଳେ ଉତ୍ତ୍ୟକ୍ତ ହୋଇ ପୁଲିସର ନଥିପତ୍ରକୁ ଚିରି ଫିଙ୍ଗିଦେଇଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଧମକଚମକ ଦେଇଥିଲେ। ସିଏସ୍ଆଇ ପଦ୍ମଚରଣ ବେହେରା ଏ ସଂକ୍ରାନ୍ତରେ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପଦ୍ମଚରଣଙ୍କ ଅଭିଯୋଗ ଆଧାରରେ ଉଦିତନଗର ପୁଲିସ ଅଭିଯୁକ୍ତ ସୁମନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରୀ ପିପି ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ।
କୋର୍ଟରେ ପୁଲିସକୁ ଧମକଚମକ: ଦୋଷୀକୁ ୨ ବର୍ଷ ୮ ମାସ ଜେଲ୍
/sambad/media/post_attachments/wp-content/uploads/2023/05/court-generic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)