ବାଲେଶ୍ବର : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ବାଲେଶ୍ବର : ବାଲେଶ୍ବର ସ୍ବତନ୍ତ୍ର ପୋକ୍‌ସୋ ଅଦାଲତର ବିଚାରପତି ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଦୋଷୀକୁ ୨୫ହଜାର ଟଙ୍କାର ଜରିମାନା ହୋଇଥିବା ବେ‌େଳ ତାହା ଅନାଦେୟ ହେଲେ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।

ମାମଲା ଅନୁଯାୟୀ, ଗତ ୨୦୧୭ ମସିହା ଅପ୍ରେଲ ମାସ ୨୫ ତାରିଖର ଘଟଣା। ସଦର ଥାନା ଅଞ୍ଚଳର ଡାକ୍ତର ଓରଫ୍‌ ରାଧାମୋହନ ସିଂ(୨୦) ସାଙ୍ଗରେ ନିଜ ଗ୍ରାମର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଧରି କୁରୁଡ଼ା ଅଞ୍ଚଳକୁ କାମ କରିବାକୁ ଆସିଥିଲା। ମାତ୍ର କାମ କରିବା ସ୍ଥାନକୁ ନଯାଇ ୬୦ ନମ୍ବର ଜାତୀୟ ରାଜପଥର ଏକ ନିଛାଟିଆ ସ୍ଥାନକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏହାପରେ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପୀଡ଼ିତା ନାବାଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ ନିଜ ବାପା-ମା’ଙ୍କୁ ସବୁ ଜଣାଇଥିଲା। ଏନେଇ ଦୁଇଦିନ ପରେ ପୀଡ଼ିତାଙ୍କ ତରଫରୁ ହଳଦୀପଦା ଫାଣ୍ଡିରେ ଏତଲା ଦିଆଯିବା ପରେ ୧୨୪/୨୦ରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପରେ ଏହି ମାମଲା ବାଲେଶ୍ବର ପୋକ୍‌ସୋ ସ୍ବତନ୍ତ୍ର ଅଦାଲତରେ ବିଚାର‌ାଧୀନ ଥିଲା। ଆଜି ପୋକ୍‌ସୋ ଅଦାଲତର ବଚାରପତି ଗିରିଜା ପ୍ରସାଦ ମହାପାତ୍ର ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଦୋଷୀକୁ ଦଣ୍ଡ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର