ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଶକ୍ତ ଧକ୍କା ଦେଲେ ବାଇକ୍‌ ଆରୋହୀ; ସ୍ୱାମୀ ମୃତ, ସ୍ତ୍ରୀ ଓ ପୁଅ ଆହତ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା-ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ଆଜି ସଂଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ର ପଛପଟୁ ବାଇକ୍‌ ଆରୋହୀ ଶକ୍ତ ଧକ୍କା ଦେଇଛନ୍ତି। ବାଇକ୍‌ରେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଓ ପୁଅକୁ ନେଇକି ଯାଉଥିଲେ। ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା ବେଳେ ମା’ ଓ ପୁଅ ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ନୀଳ ବଡ଼ନାୟକ।

ସୂଚନା ଅନୁସାରେ ମାନ୍ୟମକୋଣ୍ଡା ପଂଚାୟତ ଅନ୍ତର୍ଗତ ରାଜଗିରି ଗ୍ରାମର ନୀଳ ବଡ଼ନାୟକ ନିଜ ସ୍ତ୍ରୀ ଜେମା ଦେଇ ଓ ପୁଅ ସଲମାନ ସହିତ କୌଣସି କାମରେ ମାଲକାନଗିରି ଯାଇ ସଂଧ୍ୟାରେ ଘରକୁ ବାଇକ ଯୋଗେ ଫେରୁଥିଲେ। ଅନ୍ଧାର ଯୋଗୁଁ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଦେଖି ନ ପାରି ପିଟି  ଦେଇଥିଲେ। ଫଳରେ ବାଇକ ଚାଳକଙ୍କ ଛାତି ଟ୍ରକ ଡାଲାରେ ମାଡ଼ ହୋଇଥିଲା। ରାସ୍ତାରେ ଯାଉଥିବା କାଲିମେଳା ଅଂଚଳର ଜଣେ ବ୍ୟକ୍ତି ନିଜ ଗାଡ଼ିରେ ୩ଜଣଙ୍କୁ କାଲିମେଳା ମେଡିକାଲ ଆଣିଥିଲେ। କିନ୍ତୁ ବାଇକ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ମା’ ଓ ପୁଅଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର