ଜଳେଶ୍ଵର: ସାପ ଧରୁଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ଵରର ବିଶିଷ୍ଟ ସାପ ଧରାଳି ତଥା ପଥରପୁରା କ୍ରିକେଟ କମ୍‌ ଆଥେଲେଟିକ କ୍ଲବର ସମ୍ପାଦକ ଶଙ୍କର ଚାନ୍ଦ ଗୁରୁତର ହୋଇଛନ୍ତି। ଆଜି ପୂର୍ବାହ୍ନ ସମୟରେ ଜଳେଶ୍ଵର ବ୍ଲକ କଲୋନିସ୍ଥିତ ଭିଏଲଡବ୍ଲୁ ବିକ୍ରମ ଜେନା ତାଙ୍କ କ୍ବାର୍ଟରରେ ସରକାରୀ କାମ କରୁଥିବା ବେଳେ ହଠାତ୍ ଏକ ଗୋଖର(ଇଣ୍ଡିଆନ କୋବ୍ରା)ସାପ ଦେଖିବାକୁ ପାଇଥିଲେ। ଫଳରେ ଜଳେଶ୍ଵର ସାପଧରାଳି ଶଙ୍କର ଚାନ୍ଦଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କ ସହାୟତା ନିଆ ଯାଇଥିଲା। ଶଙ୍କର ବ୍ଲକ କଲୋନିରେ ପହଞ୍ଚି ସାପଟିକୁ ଧରିବା ସହ ଏକ କପଡ଼ା ବ୍ୟାଗରେ ପୁରାଇ ବ୍ୟାଗକୁ ବାନ୍ଧୁଥିବା ବେଳେ ସାପଟି ବ୍ୟାଗ ଭିତରୁ ଶଙ୍କରଙ୍କ ହାତକୁ ଚୋଟ ମାରିଥିଲା।

Advertisment

ଏହି ଅଘଟଣ ପରେ ସାପଧରାଳି ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଓ ସେଠାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି। ତାଙ୍କ ରକ୍ତରେ ସାପର ବିଷ ରହିଥିବାରୁ ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।