ବଲାଙ୍ଗୀର/ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ବଡ଼ମାଳ ରେଳ ଷ୍ଟେସନ ଭିତରେ ବିଦ୍ୟୁତ୍ ତାରରେ ଆତ୍ମହତ୍ୟା ଉଦ୍ୟମ କରି ପେଣ୍ଡ୍ରାମାଲ ଗାଁର ସୁବାସ ବଗର୍ତ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁବାର ରାତିରେ ବଡ଼ମାଳ ଷ୍ଟେସନର ପ୍ଲାଟଫର୍ମରେ ଏକ ମାଲବୋଝେଇ ଟ୍ରେନ୍ ଅଟକିଥିଲା। ଏହି ସମୟରେ ସୁବାସ ଟ୍ରେନ୍ ଉପରକୁ ଚଢ଼ି ଉପରେ ଥିବା ବିଦ୍ୟୁତ୍ ତାରକୁ ହାତରେ ଧରି ଦେଇଥିଲେ। ଫଳରେ ସେ ବିଦ୍ୟୁତ୍ ଆଘାତ ପାଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ରେଲୱେ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ରେଲୱେ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ରେଳ ଷ୍ଟେସନ ଭିତରେ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର
/sambad/media/post_attachments/wp-content/uploads/2023/04/dd9e4dd1-eb08-416b-8675-ce0c45b0cb8d.jpg)