ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ଖଲିଗୁଡା ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଖଲିଗୁଡା ଗ୍ରାମର ଜିଟକୁ ଜାନୀ(୪୦) ସକାଳ ୧୦ଟାରେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ କାଠ ସଂଗ୍ରହ କରିବା ସମୟରେ ହଠାତ୍ ଏକ ଭାଲୁ ଜିଟକୁଙ୍କୁ ଆକ୍ରମଣ କରିଥିଲା। ଏହାପରେ ଜିଟକୁ ପ୍ରାଣ ବିକଳରେ ଚିତ୍କାର କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ଭାଲୁ ଆକ୍ରମଣରେ ହାତ, ମୁହଁ, ପିଠିରେ ଆଘାତ ଲାଗିବାରୁ ଜିଟକୁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ଜିଟକୁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି।
ଭାଲୁ ଆକ୍ରମଣରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2018/12/bear-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)