ଦଶମନ୍ତପୁର: ସ୍ଥାନୀୟ ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଚଣ୍ଡିଜାନୀ ଗୁଡା ଗାଁ ର ଜଣେ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ସେହି ବ୍ୟକ୍ତି ଜଣକ ହେଲେ ଧବଲୁ ଜାନୀ (୩୦ )। ସୂଚନା ମୁତାବକ ଆଜି ଓପରାହ୍ନ ରେ ଗାଁ ନିକଟସ୍ଥ ପାତ୍ର ମାଳି ପର୍ବତ ରେ ଗୋରୁ ଚରେଇବାକୁ ଯାଇଥିଲେ।
ଘଡଘଡି ବର୍ଷା ସାଙ୍ଗକୁ ବଜ୍ରପାତ ହୋଇ ଥିଲା। ଏଥିରେ ଧବଲୁ ଗୁରୁତର ହୋଇ ତଳେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିବା ରୁ ସାଙ୍ଗରେ ଯାଇଥିବା ଅନ୍ୟ ଜଣେ ଗରୁ ଜଗୁଆଳି ଗାଁ ରେ ଖବର ଦେଇଥିଲେ। ସାଙ୍ଗେ ସାଙ୍ଗେ ପରିବାର ଲୋକେ ପାହାଡ଼ କୁ ଯାଇ ପୁଣି ଦଶମନ୍ତପୁର ଡାକ୍ତରଖାନା ରେ ନେଇ ଭର୍ତ୍ତି କରି ଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ଡ଼ାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/9-23.jpg)