ଭିଡିଓ ଦେଖନ୍ତୁ: ବାର୍‌ହା ଆକ୍ରମଣରେ ଜଣେ ଗୁରୁତର, ସୁରକ୍ଷା ଦେଇ ପାରିଲେନି ଉପସ୍ଥିତ ଜନତା

ଭଞ୍ଜନଗର: ସଂପ୍ରତି ବନ୍ୟଜନ୍ତୁ ଜଙ୍ଗଲ ମୁହାଁ ହେବାରେ ଲାଗିଛନ୍ତି। ଯାହା ଫଳରେ ସେମାନଙ୍କ ସୁରକ୍ଷା ଚିନ୍ତା ବହୁ ଗୁଣା ବୃଦ୍ଧି ପାଇଛି। ଜଙ୍ଗଲ ଛାଡ଼ି ବନ୍ୟଜନ୍ତୁ ମାନେ ଜନବସତି ଆଡ଼କୁ ଆସିବା ଫଳରେ ଅନେକ ସମୟରେ ଲୋକ ମାନଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ଅନେକାଂଶରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ବହୁ ଧନ ଜୀବନକୁ ମଧ୍ୟ କ୍ଷତି ପହଞ୍ଚୁଛି। ଏଭଳି ଏକ ଘଟଣା ଘଟିଛି ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାଳିଆମ୍ବା ସେକ୍ସନ୍ର ମୁଦୁଲିପଲ୍ଲୀ ଗ୍ରାମରେ। ଆଜି ଅପରାହ୍ନ ସମୟରେ ଏକ ଜଙ୍ଗଲୀ ବାର୍ହା‌ ନିକଟସ୍ଥ କାଳିଆମ୍ବା ଜଙ୍ଗଲରୁ ଗ୍ରାମ ନିକଟକୁ ଚାଲି ଆସିଥିଲା। ଆଉ ସେହି ବାର୍ହା‌ ଆକ୍ରମଣରେ ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ମୁଦୁଲ୍ଲିପଲ୍ଲୀ ଗ୍ରାମର ସୁବାଷ ବିଷୋୟୀ(୫୫) ଗୁରୁତର ଆହାତ ହୋଇଛନ୍ତି। ସୁବାଷଙ୍କ ଗୋଡ଼ ଆଉ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ବେକରେ ଗଭୀର କ୍ଷତ ହୋଇଯାଇଛି। ଭଞ୍ଜନଗର ମେଡ଼ିକାଲ୍ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୩ଟା ସମୟରେ ଏକ ଦନ୍ତା ବାର୍ହା‌ ନିକଟସ୍ଥ କାଳିଆମ୍ବା ଜଙ୍ଗଲରୁ ବ୍ରହ୍ମପୁର-ଭଞ୍ଜନଗର ରାସ୍ତା ରାଜପଥ ଉପରକୁ ଚାଲି ଆସିଥିଲା। ଜଙ୍ଗଲୀ ବାର୍ହା‌କୁ ଦେଖିବା ପାଇଁ ସେଠାରେ ଭିଡ଼ ଜମିଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବାର୍ହା‌ଟି ସେଠାରେ ରହିଥିବା ବେଳେ ଲୋକ ମାନେ ଉପରୁ ଟେକା ପଥର ଫୋପାଡି ଥିଲେ। ଅନେକ ଲୋକ ନିଜ ମୋବାଇଲରେ ଫଟୋ ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ। ଏହି ସମୟରେ ରାସ୍ତା ଉପରେ ଛିଡ଼ା ହୋଇ ଦେଖୁଥିବା ସୁବାଷଙ୍କୁ ହଠାତ୍ ବାରହାଟି ଆସି ଆକ୍ରମଣ କରିପକାଇଥିଲା। ସମସ୍ତେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ହିଂସ୍ର ମୁଖା ବାର୍ହା‌ କବଳରୁ ତାକୁ ଉଦ୍ଧାର କରିବା ପାଇଁ କେହି ସାହାସ କରିପାରିନଥିଲେ। ଉପସ୍ଥିତ କୁକୁରଟିଏ ମଧ୍ୟ ସୁବାଷଙ୍କୁ ସୁରକ୍ଷା ଦେଇପାରି ନଥିଲା। ସୁବାଷ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ବାରହାଟି ତାଙ୍କୁ ଛାଡି ଜଙ୍ଗଲ ଆଡ଼କୁ ଦୌଡି ପଳାଇଥିଲା। ଏହାପରେ କାଳିଆମ୍ବା ବନପାଳ ଶରତ କୁମାର ମହାନ୍ତି, ବନରଖୀ ଓ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର