ପୋଲ ତଳକୁ ଡେଇଁ ମହିଳା ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଚମ୍ପାପୁଟ ପୋଲ ତଳକୁ ଡେଇଁ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି। ଖବର ମିଳିବା ପରେ ନନ୍ଦପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାଯାଇଛି।

ସୂଚନା ଅନୁସାରେ ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ କୁକୁଡ଼ାପକ୍ଷୀ ଗ୍ରାମର ଜଗବନ୍ଧୁ ଖରାଙ୍କ ପତ୍ନୀ ପଦ୍ମ ଖରା (୪୦) ହଠାତ୍‌ ଆଜି କୌଣସି କାରଣ ବଶତଃ ଚମ୍ପାପୁଟ ଗ୍ରାମ ନିକଟ ପୋଲ ତଳକୁ ଡେଇଁ ପଡ଼ିଥିଲେ। ପୋଲ ତଳକୁ ଡେଇଁ ପଡିବା ପରେ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ମିଳିବାରୁ ନନ୍ଦପୁରସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପଦ୍ମା ଖରାଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ପଦ୍ମାଙ୍କ କୌଣସି ପତ୍ତା ମିଳି ନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର