ଭୁବନେଶ୍ବର : ସହରାଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଡ଼ିଆ ଯୁବକ ସିତାଂଶୁ ମୋହନ ପରିଡ଼ା। ତାଙ୍କର ଜଳ ନିଷ୍କାସନ ସମ୍ପର୍କିତ ମତାମତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ସହ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ସିତାଂଶୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପାଇ ବେଶ୍ ଖୁସି ପ୍ରକଟ କରିଛନ୍ତି।
/sambad/media/post_attachments/wp-content/uploads/2019/07/Sitanshu-Parida-1.jpg)
ମ୍ୟାନେଜ୍ମେଣ୍ଟ୍ରେ ସ୍ନାତକ କରିଥିବା ସିତାଂଶୁ ସରକାରୀ ୱେବ୍ସାଇଟ୍ ଦେଖୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଚିନ୍ତାଧାରା ଓ ମତାମତ ପଠାଇବା ନିମନ୍ତେ ଏକ ନିମନ୍ତ୍ରଣ ଦେଖିବାକୁ ପାଇଥିଲେ। ସହରରେ ଗଢ଼ି ଉଠୁଥିବା ସହରଗୁଡ଼ିକରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ଭାବେ ବର୍ତ୍ତମାନ ଉଭା ହୋଇଛି। ତେଣୁ ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ଅଧିକ ଜଳ ନିଷ୍କାସନ ପ୍ରକଳ୍ପ କରିବା ପାଇଁ ସେ ମତାମତ ଦେଇଥିଲେ। ଏହି ସମସ୍ୟାକୁ ଗୁରୁତର ସହ ନେଇ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାକୁ ସିତାଂଶୁ ଅନୁରୋଧ କରିଥିଲେ। ଭୁବନେଶ୍ବରର ଉଦାହରଣ ଦେଇ ସେ କହିଥିଲେ ଯେ ଯଦିଓ ଏହା ଏବେ ସ୍ମାର୍ଟ ସିଟି ଭାବେ ପରିଗଣିତ ହେଉଛି, ତେବେ ଏଠାରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ପାଲଟିଛି। ତେବେ ତାଙ୍କ ମତାମତକୁ ପ୍ରଧାନମନ୍ତ୍ରୀ ଏପରି ଗ୍ରହଣ କରିବେ ବୋଲି ସେ କେବେ ଭାବି ନ ଥିଲେ। ଏହି ପ୍ରଶଂସା ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ସିତାଂଶୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Modi-to-Odia-Man-in-Man-Ki-Baat_Thumbnail.jpg)
