ପୁରୀ: ଜିଲ୍ଲାର ଚାରିଛକ ଥାନା ଅଧୀନ ଅନ୍ନପୂର୍ଣ୍ଣା ବିଦ୍ୟାଳୟ ନିକଟରେ ଜଣେ ପାଲା ଗାୟକଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ିଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ହେଲେ ସୁନୀଲ ମହାପାତ୍ର (୫୪)।

Advertisment

ସୂଚନା ଅନୁସାରେ ଛଣିଜଙ୍ଗ ଗ୍ରାମର ସୁନୀଲ ମହାପାତ୍ର ବାଇକ୍‌ରେ ଯାଉଥିବା ବେଳେ ଗୋପ ପାର୍ଶ୍ବରୁ ଦ୍ରୁତଗତିରେ ଆସୁଥିବା ହାଇୱା (ଓଡି୦୫ବିକେ-୨୧୯୯) ଧକ୍କା ଦେଇଥିଲା। ଘଣଟାସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନା ପାଇ ଚାରିଛକ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଡ୍ରାଇଭରଙ୍କୁ ଥାନା ନେଇଥିଲେ। ଏହି ଘଟଣା ପରେ ଘଟଣାସ୍ଥଳରେ ଏବେ ଉଗ୍ର ରୂପ ନେବାର ଲାଗିଛି। ଫଳରେ ଶହଶହ ଯାନବାହନ ରାସ୍ତା ଉପରେ ଅଟକି ରହିଛି। ଘଟଣା ସ୍ଥଳରେ ପ୍ରଶାସନ ଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରାସ୍ତା ଉପରେ ଉତ୍ତେଜିତ ଲୋକେ ନିଆଁ ଜାଳି ପ୍ରତିବାଦ କାରୁଛନ୍ତି। ସୂଚନାଯୋଗ୍ୟ ସୁନୀଲ ମହାପାତ୍ର ସ୍ଥାନୀୟ ଅଞ୍ଚଳରେ ଜଣେ ଭଲ ପାଲା ଗାୟକ ଭାବେ ନାମ କରିଥିଲେ।