ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ଗଉଡ଼ଟୋପା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଗହ୍ମା ମୁଣ୍ଡା (୩୦)। ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗହ୍ମାଙ୍କ ସହ ‌ସେହି ଗ୍ରାମର ଗଙ୍ଗା ମୁଣ୍ଡା ଏବଂ ମିଥୁନ ମୁଣ୍ଡାଙ୍କ ମଧ୍ୟ‌ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ଗଙ୍ଗା ଓ ମିଥୁନ ଏକ କାଠ ଫାଳିଆରେ ଗହ୍ମାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ସନ୍ଧ୍ୟାରେ ବାମେବାରୀ ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଗଙ୍ଗା ଓ ମିଥୁନକୁ ଥାନାକୁ ଆଣି ପଚରାଉଚରା କରୁଛି।