କମିବାର ନାଁ ନେଉନି ହାତୀ ଉପଦ୍ରବ, ଜଣଙ୍କୁ କଚାଡ଼ି ଦେଲା ଗୋଠଛଡ଼ା ଦନ୍ତା

ରାଉରକେଲା: ଲାଠିକଟା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ କମିବାର ନାଁ ନେଉନି। ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତକାଲି ରାତିରେ ଲାଠିକଟା ବ୍ଲକ୍‌ ଅନ୍ତର୍ଗତ ଗୁଟିଧର ଗ୍ରାମର ମୋଟୁ କିଷାନ(୫୨) ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗୋଠଛଡ଼ା ଦନ୍ତାହାତୀଟି ଗତକାଲି ରାତିରେ ଗୁଟିଧର ଗ୍ରାମର ବୈରାଗୀ କିଷାନଙ୍କ ଘର ଭାଙ୍ଗି ଦେଇଥିଲା। ବୈରାଗୀଙ୍କ ଘରପାଖରେ ମୋଟୁଙ୍କ ଘର। ମୋଟୁ ଶବ୍ଦ ଶୁଣି ଘର ବାହାରକୁ ଆସିଯିବାରୁ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ିଦେବାରୁ ଘଟଣାସ୍ଥଳରେ ମୋଟୁଙ୍କ ଜୀବନ ଚାଲିଯାଇଥିଲା। ତେବେ ପରିବାରର ଅନ୍ୟମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ। ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ପ୍ରକାଶଥାଉକି, ପ୍ରାୟ ଏକ ସପ୍ତାହ ହେଲା ଏହି ହାତୀଟି ଅଞ୍ଚଳରେ ତାଣ୍ଡବ ଚଳାଇଛି। ତିନି ଦିନରେ ୮ଟି ଘର ଭାଙ୍ଗିବାସହ ଧାନ ଖାଇବା ସହ ନଷ୍ଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର