ବୃଦ୍ଧଙ୍କୁ ଦଳିଦେଲା ହାତୀ

ବା˚ଶପାଳ : କେନ୍ଦୁଝର ଜିଲ୍ଲା ସୀମାରେ ହାତୀ ଆକ୍ରମଣରେ ପୁଣି ଜଣକର ଜୀବନ ଯାଇଛି। ନୟାକୋଟ ଥାନା କୁସୁମୁଣ୍ଡି ନିକଟରେ ମଞ୍ଚାରେ ଫସଲ ଜଗିଥିବା ଜଣେ ବୃଦ୍ଧା କୁସୁମୁଣ୍ଡି ଗ୍ରାମର ବାବୁରାମ ମୁଣ୍ତା(୭୫)ଙ୍କୁ ହାତୀ ଦଳିଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ତାଙ୍କୁ ହାତୀ ମାରିଥିଲେ ହେଁ ବନ ବିଭାଗର ସୀମା ବିବାଦ କାରଣରୁ ମୃତଦେହ ରାତିରେ ମଧ୍ୟ ଜଙ୍ଗଲରେ ହିଁ ପଡ଼ିରହିଛି।

ସମ୍ବନ୍ଧିତ ଖବର