ନାକଟିଦେଉଳ: ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସାଲେଭଟା ପଞ୍ଚାୟତ ସ୍ଥିତ ବସାନୋଇ ଗାଁରେ। ମୃତକ ଜଣକ ବିରଞ୍ଚି ବାଦୀ (୫୮)। ଗତକାଲି ସନ୍ଧ୍ୟା ୫ ଟାରେ ମୃତ୍ୟୁ ଘଟିଛି। ଏନେଇ ବସାନୋଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଗତକାଲି ସେ ନିଜ ଖେତ ଗରିଆପାଟ ଖମଣକୁ ଯାଇଥିଲେ ସେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି ପରେ ଗାଁ ପାଖ ଜଙ୍ଗଲରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଘରଠାରୁ ତାଙ୍କ ନିଜ ଖେତ ଗରିଆପାଟ ଖମଣକୁ ଯିବା ପାଇଁ ପ୍ରାୟ ୨ କିଲୋମିଟର ହୋଇଥିବା ବେଳେ ଜଙ୍ଗଲ ରାସ୍ତା ପଡ଼ୁଥିବାରୁ ବାଟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ବିରଞ୍ଚିବାଦୀ ନିଜ ପତ୍ନୀ ଓ ତାଙ୍କ ସହ ଝିଅ ଯମୁନା(୧୮)ଙ୍କ ସହ ରହୁଥିଲେ। ସେ ଗରିବ ହୋଇଥିବାରୁ ବହୁ କଷ୍ଟରେ ଜୀବନଯାପନ କରୁଥିବା ବେଳେ ତାଙ୍କ ଝିଅ ଯମୁନା ବିକଳାଙ୍ଗ ଅବସ୍ଥାରେ ଜୀବନ କାଟୁଥିଲେ। ବିରଞ୍ଚି ବାଦୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାରୁ କ୍ଷତିପୂରଣ ବାବଦରେ ଆଜି ୪୦ ହଜାର ଟଙ୍କା ବନବିଭାଗ ଦେବ ବୋଲି କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp