ପଥରରେ ଛେଚି ବୃଦ୍ଧା ମା’ ଓ ପତ୍ନୀଙ୍କୁ ହତ୍ୟା!

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବାଗ ଗ୍ରାମର ଜଡ଼ାମୁଣ୍ଡା କାଳୀମନ୍ଦିର ମିସ୍ତ୍ରୀପଡ଼ାରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଗ୍ରାମର କୁଥୁଲ ଖଡ଼ିଆ (୫୮) ନିଜ ହାତରେ ନିଜ ମା ଝିମ ଖଡ଼ିଆ(୮୫) ଓ ସ୍ତ୍ରୀ ସାଇବାଣୀ ଖଡ଼ିଆ(୫୫)କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିଥିବା ନେଇ ବ୍ରଜରାଜନଗର ଏସ୍ଡ଼ିପିଓ ଗୁପ୍ତେଶ୍ଵର ଭୋଇ ସୂଚନା ଦେଇଛନ୍ତି। ସବୁଠାରୁ ହୃଦୟ ବିଦାରକ ଘଟଣା ଦୁଇ ଜଣ ଶୋଇଥିବା ଅବସ୍ଥାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି। ପଥରରେ ଶାଶୁ ବୋହୁଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା କାରଣରୁ ଘର ଓ ବାରଣ୍ଡା ରକ୍ତ ରଞ୍ଜିତ ହୋଇ ଯାଇଛି। ଝିମ ଖଡ଼ିଆର ଶବ ଘର ଭିତର ଖଟ ଉପରେ ଶୋଇଥିବା ଅବସ୍ଥାରେ ପଡିଥିବା ସମୟରେ ସାଇବାଣୀର ଶବ ବାରଣ୍ଡାରେ ଖଟ ଉପରେ ପଡିଛି। ଘଟଣାଟି ଅପରାହ୍ନ ୩ଟାରେ ଘଟିଥିବା ପୁଲିସ କହୁଛି। ପ୍ରାୟ ସାଢ଼େ ୪ଟା ସମୟରେ କାଳୀ ମନ୍ଦିର ଛକ ନିକଟରେ ରହୁଥିବା ଝିଅ ଓ ଜ୍ୱାଇଁ ନିକଟକୁ କୁଥୁଲ ପହଞ୍ଚି କେହି ଜଣେ ୨ଜଣଙ୍କୁ ମାରି ଦେଇ ଥିବା କହିଥିଲା। ଝିଅ ଜ୍ୱାଇଁ ୨ଜଣ କୁଥୁଲ ସହିତ ଘଟଣାସ୍ଥଳରେ ପହଁଚିବା ପରେ ପଡ଼ାବାସୀ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ଖବର ଦେଇଥିଲେ।

ଲୋକଙ୍କ କହିବା ଅନୁସାରେ ଆଜି କୁଥୁଲ ଓ ତା ସ୍ତ୍ରୀ କତାରବଗା ପଞ୍ଚାୟତକୁ ଯାଇ ଚାଉଳ ଆଣିଥିବା ଦେଖିଥିଲେ। ଘଟଣାଟି କିଭଳି ଘଟିଲା ଓ କାହିଁକି ଘଟିଛି ଜଣା ପଡୁନାହିଁ। କୁସମିଲରେ ରହୁଥିବା କୁଥୁଲର ପୁଅ ଦିଲୀପ ଖଡ଼ିଆ ରେଙ୍ଗାଲି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ନିଜ ମା ଓ ଆଇଙ୍କ ହତ୍ୟାକାଣ୍ଡ ଉପରେ ଦେଇଛି। ରେଙ୍ଗାଲି ଥାନା ଅଧିକାରୀ କେ ସମରିଆ ଓ ଏସ୍ଡ଼ିପିଓ ଶ୍ରୀ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ତଦନ୍ତରେ ସହାୟତା ପାଇଁ ସାଇଣ୍ଟିଫିକ ଟିମର ସହଯୋଗ ନିଆଯାଇଛି।

ସମ୍ବନ୍ଧିତ ଖବର