ପତ୍ନୀଙ୍କୁ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ, ଗୁହାଳରେ ପୋତିଦେଲା ମୃତଦେହ

ଠାକୁରମୁଣ୍ଡ‌ା‌: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ହାତଗୋଡ଼ା ପଞ୍ଚାୟତ ବେହେରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି କଟୁରିରେ ପତ୍ନୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଛି। କେବଳ ସେତିକି ନୁହେଁ, କଟାମୁଣ୍ଡକୁ ଗୁହାଳରେ ପୋତି ଦେଇଥିବା ଜଣାପଡ଼ିଛି। ସାହିର ରାଜେନ୍ଦ୍ର ମହାକୁଡ଼ (୪୦) ପତ୍ନୀ ପ୍ରତିମା ମହାକୁଡ଼ (୩୫)ଙ୍କ ଚରିତ୍ର ଉପରେ ସଂଦେହ କରିଥିଲା। ଯାହାକୁ ନେଇ ଆଜି ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ରାଜେନ୍ଦ୍ର ରାଗିଯାଇ ପ୍ରତିମାଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲା। ସେ ତାଙ୍କର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ଏମିତିକି କଟାମୁଣ୍ଡକୁ ଗୁହାଳ ଘରେ ଗାତ କରି ପୋତି ଦେଇଥିଲା। ପରେ ସେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ରାଜେନ୍ଦ୍ରକୁ ଗିରଫ ସହ ଶବ ଜବତ କରି ତଦନ୍ତ ଚଳାଇଛି। ସୂଚନା ଥାଉକି ରାଜେନ୍ଦ୍ର ଓ ପ୍ରତିମାଙ୍କର ୧୧ ଓ ୫ ବର୍ଷର ଦୁଇଜଣ ଝିଅ ଅଛନ୍ତି।

 

ସମ୍ବନ୍ଧିତ ଖବର