ବାରିପଦା: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ବାରିପଦା ସଦର ଥାନା ଅନ୍ତର୍ଗତ ଟିକରପଡ଼ାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି।

Advertisment

ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି କରମୁ ସିଂ। ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ସିଂ।

ପାରିବାରିକ କଳହରୁ କରମୁ ପ୍ରଥମେ ତାଙ୍କ ୧୩ ବର୍ଷୀୟ ଝିଅ ରେଖାର ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, କୌଣସିମତେ ଝିଅ ରେଖା ତାଙ୍କ ହାବୁଡ଼ରୁ ଖସି ଘରୁ ପଳାଇ ଯାଇଥିଲା।

ଏହାପରେ କରମୁ ପତ୍ନୀ ସାବିତ୍ରୀଙ୍କ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଗୋଟାଏ କୋଦାଳରେ ତାଙ୍କୁ ହାଣି ହତ୍ୟା କରିଥିଲା।
ବୁଧବାର ସକାଳ ୧୦ଟା ଯାଏଁ ପତ୍ନୀର ଶବକୁ ଜଗି ବସିଥିବା କରମୁଙ୍କୁ ପୁଲିସ ଗିରଫ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପୁଲିସ ତଦନ୍ତ ଚଳାଇଛି।