ଜମିବାଡ଼ି ବିବାଦରୁ ଖଣ୍ଡାରେ ହାଣି ହତ୍ୟା

କେନ୍ଦ୍ରାପଡ଼ା :ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମରେ ଜମିବାଡି ବିବାଦରୁ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ହତ୍ୟାକାଣ୍ଡକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ କୁଆଁରପାଳ ଗ୍ରାମର କୁଞ୍ଜିଆ ନାୟକ ଓ ପଡ଼ୋଶୀ ସୁଜାତ ଶେଖର ନାୟକଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ରହିଥିଲା। ଏହି ବିବାଦକୁ ନେଇ କୁଞ୍ଜିଆଙ୍କ ଜମିରେ ପୂର୍ବରୁ ୧୪୪ ଧାରା ଜାରି କରାଯାଇଥିଲା। ତେବେ ସୁଜାତ ଆଜି ସେହି ବିବାଦୀୟ ଜମିରେ ଘର କାମ ଆରମ୍ଭ କରିଥିଲେ। କୁଞ୍ଜିଆ ଏହାର ବିରୋଧ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କରୁ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଉତ୍ତ୍ୟକ୍ତ ହୋଇ ସୁଜାତ ଓ ତାଙ୍କ ଭାଇ ସୁଜିତ ଖଣ୍ଡାରେ କୁଞ୍ଜିଆଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲକୁ ନିଆଯାଇଥିଲା। ସେଠାରୁ କଟକ ବଡ଼ ମେଡିକ‌ାଲ ନିଆଯିବା ବାଟରେ କୁଞ୍ଜିଆଙ୍କ ମୃତ୍ୟୁ ଘଟିଥିଲା। ମାର୍ଶାଘାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି। କୁଞ୍ଜିଆଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର