ମାଲକାନଗିରି: ମାଲକାନଗିରି ସଦର ମହକୁମାର ସୁବାଷ ବୋଷ ଛକ ନିକଟରେ ରହିଛି ବଳରାମ ପଣ୍ଡାଙ୍କ କାରାଣ ଦୋକାନ। ବଳରାମ ପଣ୍ଡା ଓରଫ ବଲା ପଣ୍ଡା ମାଉଲିମା କମିଟିର ସଭାପତି ଏବଂ ବଡ ଠାକୁର ବାଲରାଜ, ପୋତରା ଏବଂ ମା’ ମୁତ୍ୟୁଲମ୍ମାଙ୍କର ଜଣେ ବଡ ଭକ୍ତ। ବଡ ଠାକୁରଙ୍କର ଆଉ ଜଣେ ବଡ ଭକ୍ତ ହେଲେ ପାରା। ଏହି ପାରାମାନେ ବଡ ଯାତ୍ରା ସମୟରେ ବଡ ଠାକୁରଙ୍କର ବିମାନରେ ମାନ୍ୟମକୋଣ୍ଡା ଠାରୁ ମାଲକାନଗିରି ପହଞ୍ଚିବା ପର୍ଯ୍ୟନ୍ତ ବସି ରହିଥାନ୍ତି। ବାଣ ଫୁଟିଲେ କିମ୍ବା ଲୋକଙ୍କର ଗହଳିରେ ମଧ୍ୟ ସେମାନେ ବିମାନରୁ ହଟନ୍ତି ନାହିଁ। କିନ୍ତୁ ବିମାନରେ କେବେ ମଧ୍ୟ ଶୌଚ କରନ୍ତି ନାହିଁ। ପାରା ବଡ ଠାକୁରଙ୍କର ଭକ୍ତ ହୋଇଥିବାରୁ ବଳରାମ ମଧ୍ୟ ପାରାଙ୍କୁ ବେଶ ଭଲ ପାଆନ୍ତି।
ସୁବାଷ ବୋଷ ଛକ ନିକଟରେ ରହିଥିବା ନିଜର କିରାଣା ଦୋକାନ ପାରାଙ୍କ ପାଇଁ ସର୍ବଦା ଖୋଲିଦେଇଛନ୍ତି। ପ୍ରତିଦିନ ଦିନ ଗୋଟାଏ ବେଳେ ପାରାମାନେ ଦଳ ଦଳ ହୋଇ ବଳରାମଙ୍କ ଦୋକାନକୁ ଆସି ବାହାରେ ଯାହା ସବୁ ଜିନିଷ ରଖାଯାଇଥାଏ ସେସବୁକୁ ନିଶ୍ଚିତରେ ଖାଇଥାନ୍ତି। ପାରାମାନଙ୍କୁ ବଳରାମ ବଡ ଠାକୁରଙ୍କର ଭକ୍ତ ଭାବି ପୁରା ଦୋକାନ ଛାଡି ଦିଅନ୍ତି। ଦୋକାନକୁ ଗ୍ରାହକମାନେ ଆସିଲେ ମଧ୍ୟ ପାରାମାନେ ହଟନ୍ତି ନାହିଁ। ପେଟ ପୁରା ଖାଇବା ପରେ ପାରାମାନେ ଉଡିଯାଇଥାନ୍ତି। ଏହା କେବଳ ଗୋଟିଏ କିମ୍ବା ଦୁଇ ଦିନର କଥା ନୁହେଁ ଦୀର୍ଘ ତିନି ବର୍ଷ ହେଲା ଏଭଳି ବଳରାମଙ୍କ ଦୋକାନକୁ ପାରାମାନେ ଦିନ ଗୋଟାଏ ବେଳେ ଆସନ୍ତି। ପ୍ରାୟ ଏକ ଘଣ୍ଟା ରହିାବ ପରେ ଦିନ ଦୁଇଟା ବେଳେ ଉଡିଯାନ୍ତି।
ଚଳିତ ବର୍ଷ ବଡଯାତ୍ରାର କାର୍ଯ୍ୟକ୍ରମ ରହିଥିବାରୁ ବଳରାମଙ୍କ ଖୁସି କହିଲେ ନସରେ। ସେ ଜଣେ ବଡ ଠାକୁରଙ୍କର ବଡ ଭକ୍ତ ବୋଲି ନିଜକ ପରିଚୟ ଦିଅନ୍ତି।ତେଣୁ ପାରାମାନେ ସେ ଯେତେବେଳେ ଘରକୁ ଯାନ୍ତି ତାଂକ ପଛେ ପଛେ ମଧ୍ୟ ଆସିଥାନ୍ତି। ଘରେ ଯାହା ଥାଏ ବଳରାମ ପାରାଙ୍କୁ ଦିଅନ୍ତି। ତେବେ ବଳରାମଙ୍କର ଏହି ଅଜବ ଘଟଣାକୁ ଦେଖିବା ପାଇଁ ପ୍ରତିଦିନ ସୁବାଷ ବୋଷ ଛକରେ ଭିଡ ଜମେ। ଦିନ ଗୋଟାଏ ହେଲେ ବଳରାମଙ୍କ କିଲାଣି ଦୋକାନକୁ ପାଲାଙ୍କ ସୁଅ ଛୁଟେ। ଦୋକାନ ଭିତରେ ପଶି ପାରାମାନେ ମନଇଛା ଖାଇବା ପରେ ଉଡିଯାନ୍ତି। ତେବେ ଏଥିରେ ସେ କିଛି କ୍ଷତି ସହୁନଥିବା କହନ୍ତି।ଭଗବାନଙ୍କର ଭକ୍ତକୁ ସେ ସେବା ଯୋଗାଉଥିବାରୁ ଧନ୍ୟ ବୋଲି କହନ୍ତି।