ବଞ୍ଚାଇଲେ ଭଗବାନ, ୮ ଦିନ ବାଲିରେ ପୋତି ହୋଇ ବି ଜୀବନ୍ତ ଉଦ୍ଧାର ହେଲେ ଶ୍ରମିକ

ଅନୁଗୁଳ: ମାଟି ତଳେ ଆଠଦିନ ଓ ସାତ ରାତି । ହେଲେ ସୌଭାଗ୍ୟବଶତଃ ମରଣ ମୁହଁରୁ ବଞ୍ଚିଲେ ଝାଡଖଣ୍ଡର ଶ୍ରମିକ | ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଅଚଂଳକୁ କାମ କରିବାକୁ ଆସିଥିବା ଝାଡଖଣ୍ଡର ବରଜା ଶେଖ୍ ନାମକ ଶ୍ରମିକ ଗତ ୧୯ ତାରିଖରେ ଘରୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏକ ଛୋଟ ନାଳ ପାଖରୁ ଶୌଚ ହେବାକୁ ଯାଇ ବାଲିରେ ଫସିଯାଇଥିଲେ । ସଂପୃକ୍ତ ସ୍ଥାନକୁ ବରଜା ଶେଖ୍ ଜାଣିନଥିବାରୁ ଏଭଳି ଘଟଣା ଘଟିଥିଲା ।

ଆଠ ଦିନ ସାତ ରାତି ସେ ବାଲିରେ ଫସି ରହିଥିଲେ । ସହଯୋଗୀମାନେ ଏ ନେଇ ଖୋଜାଖୋଜି କରିବା ପରେ ନ ପାଇବାରୁ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନିଖୋଜ ଶ୍ରମିକର ପତ୍ତା ପାଇନଥିଲେ । ୨୬ ତାରିଖ ଦିନ ସକାଳେ ସେହି ନାଳ ଦେଇ ସଂପୃକ୍ତ ବ୍ୟକ୍ତି ଯାଉଥିବାରୁ ବରଜା ଶେଖକୁ ବାଲି ତଳେ ପୋତି ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ସହାୟତାରେ ବରଜା ଶେଖଙ୍କୁ ଉଦ୍ଧାର କରାଯାଇଛି ।

ଆଠ ଦିନ ସାତ ରାତି ନଖାଇ ନପିଇ ବାଲିରେ ପୋତି ହୋଇ ରହିବା ପରେ ସେ ନୂଆ ଜୀବନ ପାଇଛନ୍ତି । ଏକ ଠିକା ସଂସ୍ଥା ଦ୍ୱାରା ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ ଚାଲିଥିବା ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣ ପାଇଁ ଅନ୍ୟ ସହଯାଗୀଙ୍କ ସହ ବରଜା ଶେଖ ଝାଡଖଣ୍ଡରୁ ଆସିଥିଲେ ।

ସମ୍ବନ୍ଧିତ ଖବର