ନଦୀରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ

ରାଉରକେଲା : କଥାରେ ଅଛି ରଖେ ହରି ତ ମାରେ କିଏ ଏହି ପରି ଏକ ଘଟଣା ଦେଖି ବାକୁ ମିଳିଛି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ବଣାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବୁଢ଼ୀପାଲି ଗ୍ରାମର ଜିତ ବହନ ଓରାମ ନାମକ ବ୍ୟକ୍ତି ବଣାଇ ରୁ କାମ ସାରି ତାଙ୍କ ଗ୍ରାମକୁ ଫେରିବା ଲାଗି ବ୍ରାହ୍ମଣୀ ନଦୀରେ ପହଁରି ପହଁରି ଯାଉ ଥିବା ବେଳେ ନଦୀ ରେ ଅଧିକ ସ୍ରୋତ ଥିବାରୁ ପ୍ରାୟ ଦୁଇ କିମି ଭାସି ଯାଇ ଥିଲେ ପରେ ନଦୀ ରେ ଥିବା ପଥର ଗଛକୁ ଧରି ରହି ଯାଇ ଥିଲେ ଏହି ଘଟଣା କୁ କିଛି ବ୍ୟକ୍ତି ଦେଖି ତୁରନ୍ତ ବଣାଇ ଅଗ୍ନି ସମ ଵିଭଗା କୁ ଖବର ଦେଇ ଥିଲେ ପରେ ବଣାଇ ଅଗ୍ନିଶମ ବିଭାଗ ଏବଂ ଲହୁଣୀ ପଡ଼ା ଅଗ୍ନିସମ ବିଭାଗର ଟିମ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇ ଘଣ୍ଟା ରୁ ଉର୍ଦ୍ଧ ପରିଶ୍ରମ କରିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ବର୍ତ୍ତମାନ ସେସୁସ୍ଥ ଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର