ପତ୍ନୀହନ୍ତାକୁ ଆଜୀବନ ଜେଲ୍‌

ବାରିପଦା: ୨୦୧୭ ମସିହାର ଏକ ପତ୍ନୀହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦା ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ପଟ୍ଟନାୟକ। ଦଫା ୪୯୮-ଏ, ୩୦୨, ୪୩୬, ୨୦୧ ଆଇପିସିରେ ଅଭିଯୁକ୍ତ ଲାଲ ମୋହନ ସିଂ’କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ପିପି ସସ୍ମିତା ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ; ବାଙ୍ଗିରିପୋଷି ଥାନା ଅଞ୍ଚଳର ଲାଲମୋହନ ଏବଂ ଶାନ୍ତି ଭଲ ପାଇ ବିବାହ କରିଥିଲେ। ତେବେ ପାରିବାରିକ କହଳକୁ କେନ୍ଦ୍ର କରି ୨୦୧୭ ମସିହା ନଭେମ୍ବର ୨୧ ତାରିଖ ଦିନ ଶାନ୍ତିଙ୍କୁ ନିର୍ମମ ଭାବେ ଲୁହାରଡ୍‌ରେ ପିଟି ପଟି ହତ୍ୟା କରିଥିଲା ଲାଲମୋହନ। ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ନିଜର ୨ ପିଲାଙ୍କୁ ବାହାରକୁ ନେଇ ଆସି ଘରେ ନିଆଁ ଲଗାଇ ଦେଇଥିଲା ଓ ବାଙ୍ଗିରିପୋଷି ଥାନାରେ ପହଞ୍ଚି ପତ୍ନୀ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିବା ଅଭିଯୋଗ କରିଥିଲା। ପୁଲିସ କେସ୍‌ ନଂ ୧୦୭/୧୭ରେ ମାମଲା ରୁଜୁ କରି ତଦନ୍ତ କରିବା‌ ପରେ ପିଲାମାନଙ୍କ ବୟାନ ଓ ଅଭିଯୁକ୍ତକୁ ଜେରା ବେଳେ ସବୁ କଥା ଜଣା ପଡ଼ିଯାଇଥିଲା। ଏହାପରେ ଲାଲମୋହନକୁ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର