ବାଲେଶ୍ୱର: ବ୍ଲେଡ୍‌ରେ ନିଜ ବେକ କାଟି କୂଅକୁ ଡେଇଁଲେ ଯୁବକ

ନୀଳଗିରି: ଗୁରୁବାର ସକାଳ ସାଢ଼େ ପାଞ୍ଚଟା ପରେ ରାଜବରମପୁର ଥାନା ଅଧିନସ୍ଥ ଗରଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗ୍ରାମର ଜଣେ ଯୁବକ ବ୍ଲେଡ୍‌ରେ ନିଜ ବେକ କାଟି ରକ୍ତାକ୍ତ ଅବସ୍ଥାରେ ତାଙ୍କ ବାଡ଼ିରେ ଥିବା କୂଅକୁ ଡେଇଁ ପଡ଼ିଥିଲେ।

୪୬ ବର୍ଷିୟ ସେ ଯୁବକ ହେଉଛନ୍ତି ଦଶରା ସିଂଙ୍କ ପୁଅ ଗୌରହରି।

ଗୌରହରିଙ୍କର ଅଜବ କାଣ୍ଡ ଦେଖି ପରିବାର ଲୋକେ ଓ ପଡ଼ୋଶୀମାନେ ତୁରନ୍ତ ସ୍ଥାନୀୟ ପୁଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ।

ଯଥାଶୀଘ୍ର ଘଟଣାସ୍ଥଳରେ ରାଜବରମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଗୋପାଳ ସିଂ ଓ ନୀଳଗିରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ଟ୍‌ ଟିମ୍‌ ପହଞ୍ଚି କୂଅରେ ପଡ଼ିଥିବା ଗୌରହରିଙ୍କୁ ବାହାର କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇ ମଧ୍ୟ ବିଫଳ ହୋଇଥିଲେ।

ଆନୁମାନିକ ୧୦୦ ଫୁଟ୍‌ ଗଭୀର କୂଅ ମଧ୍ୟରେ ପାଣି ଭରପୂର ହୋଇ ରହିଥିବାରୁ ଗୌରହରିଙ୍କ ଉଦ୍ଧାର କରିବା ସମ୍ଭବ ନ ହେବାରୁ ଏବେ ପମ୍ପ୍‌ ଲଗାଯାଇ ପାଣି କଢ଼ା ଯାଉଛି।

ଗୌରହରିଙ୍କର ମୃତ୍ୟୁ ହୋଇ ଯାଇଥିବ ବୋଲି ଓଡ୍ରାଫ୍‌ଟ୍‌ ଟିମ୍‌ କହୁଛି। ତାଙ୍କର ପତ୍ନୀ ଏବଂ ଦୁଇଟି ଛୋଟ ପିଲା ଅଛନ୍ତି।
କେଉଁ କାରଣରୁ ଗୌରହରି ଏଭଳି କାଣ୍ଡ କରିବସିଛନ୍ତି ତାହା ପରିବାର ଏବଂ ପୁଲିସ ହଠାତ୍‌ କହି ପାରି ନାହାନ୍ତି।

ସମ୍ବନ୍ଧିତ ଖବର